ସୁବର୍ଣ୍ଣପୁର,୧୪/୦୯: ମୃତ୍ୟୁ କେତେବେଳେ କେମିତି ଆସେ କାହାକୁ ବି ଜଣାନଥାଏ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଗାଧୋବାକୁ ଯାଇଥିବାବେଳେ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି କଳାପଥର ଗାଁର ଶ୍ୟାମ ପଧାନ ।
ଶ୍ୟାମ ପଧାନ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ । ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ହେଲେ ତାଙ୍କର କୌଣସି ଖୋଜ ଖବର ମିଳିନଥିଲା । କିଛି ସମୟ ପରେ ପୋଖରୀରେ ଭାସୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକେ କଳାପଥର ପୋଖରୀ ଭିତରୁ ଭାଷମାନ ଅବସ୍ଥାରେ ଶ୍ୟାମଙ୍କୁ ଉଦ୍ଧାର କରିବା କରିଥିଲେ । ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ମାତ୍ର ଆମ୍ବୁଲାନ୍ସ ବ୍ୟସ୍ତ ଥିବାରୁ ତାକୁ ଗ୍ରାମବାସୀ ପରିବାର ଲୋକଙ୍କ ସହ ମୋଟର ସାଇକେଲ ଯୋଗେ ବୀରମହାରାଜପୁର ଡାକ୍ତରଖାନାକୁ ନେଇଥିବା ଜଣାପଡିଛି । ସେଠାରେ ଡାକ୍ତର ତାଙ୍କୁ ଶ୍ୟାମ ପଧାନଙ୍କୁ ମୃତ ଘୋଷଣା କରିଥିଲେ ।