ନୂଆଦିଲ୍ଲୀ,୩।୯:  ଜଳବାୟୁ ପରିବର୍ତ୍ତନରୁ ହେଉଥିବା ପ୍ରଭାବରୁ ବାଦ୍ ପଡିବନି ଭାରତ। ଏହା ଭିତରେ ନିକଟରେ ସାମନାକୁ ଆସିଥିବା ଏକ ରିପୋର୍ଟ ଏଭଳି ବିପଦ ସମ୍ପର୍କରେ ସୂଚନା ଦେଇଛି। କେନ୍ଦ୍ର ଜଳ ଆୟୋଗ (ସିଡବ୍ଲୁସି) ନିଜର ନୂଆ ମନିଟରିଂ ରିପୋର୍ଟରେ କହିଛି ଭାରତରେ ୪୦୦ ରୁ ଅଧିକ ଗ୍ଲାସିୟର ଲେକ ବା ହିମ ହ୍ରଦର ଦ୍ରୁତ ଗତିରେ ତର ଲାଗିଛି। ଯାହାକି ଭାରତ ପାଇଁ ଚିନ୍ତାଜନକ ସ୍ଥିତି। ରିପୋର୍ଟରେ କୁହାଯାଇଛି ଯେ, ଆଗାମୀ ଦିନରେ କିଭଳି ବି ପ୍ରଳୟ ହେଉ ସେଥିରୁ ବଞ୍ଚିବା ପାଇଁ ଏହାର ଗହନ ନିରୀକ୍ଷଣ କରିବା ଆବଶ୍ୟକ।

ନିକଟରେ ସାର୍ବଜନୀନ କରାଯାଇଥିବା ‘ଗ୍ଲାସିୟଲ ଲେକ୍ସ ଆଣ୍ଡ ଓ୍ବାଟର ବଡିଜ ଫର ଜୁନ୍ ୨୦୨୫’ ନାମର ଏକ ରିପୋର୍ଟ ଅନୁସାରେ, ଜଳ ଆୟୋଗ କହିଛି, ଲଦାଖ, ଜମ୍ମୁ-କଶ୍ମୀର, ହିମାଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକ୍କିମ ଓ ଅରୁଣାଚଳ ପ୍ରଦେଶରେ ବ୍ୟାପିଥିବା ୪୩୨ ‘ଗ୍ଲାସିୟର ଲେକ’ ହଠାତ ବିନାଶକାରୀ ବନ୍ୟା ଆଣିପାରେ। ତେଣୁ ଏହା ଉପରେ ନଜର ରଖିବା ଦରକାର। ରିପୋର୍ଟରେ କୁହାଯାଇଛି ଯେ, ‘ହିମ ହ୍ରଦ’ ହଠାତ ବିନାଶକାରୀ ବନ୍ୟା ଆଣିପାରେ। ତେଣୁ ଏହା ଉପରେ ନଜର ରଖିବା ଦରକାର। ରିପୋର୍ଟରେ କୁହାଯାଇଛି ଯେ, ‘ଗ୍ଲାସିୟଲ ଲେକ୍ ଆଟଲାସ୍-୨୦୨୩’ ଅନୁସାରେ ଭାରତରେ ଥିବା ୬୮୧ ଭିତରୁ ୪୩୨ ହ୍ରଦର ତରଳିବାରେ ଲାଗିଛି। 

ରିପୋର୍ଟରେ କୁହାଯାଇଛି ଯେ, ଅରୁଣାଚଳ ପ୍ରଦେଶରେ ଏଭଳି ସର୍ବାଧିକ ୧୯୩ଟି  ହ୍ରଦ ରହିଛି। ସେଭଳି ଲଦାଖ (୧୨୦), ଜମ୍ମୁ ଓ କାଶ୍ମୀର(୫୭),ସିକ୍କିମ (୪୭), ହିମାଚଳ ପ୍ରଦେଶ (୬) ଓ ଉତ୍ତରାଖଣ୍ଡରେ (୫)ରେ ଏଭଳି ୫ଟି ହ୍ରଦ ରହିଛି। ଭାରତରେ ଗ୍ଲାସିୟର ଲେକ୍‌ର ମୋଟ କ୍ଷେତ୍ରଫଳ ମଧ୍ୟ ଗତ କିଛି ଦଶକରେ ବଢିବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ, ୨୦୧୧ରେ ଏହାର କ୍ଷେତ୍ରଫଳ ୧,୯୧୭ ହେକ୍ଟର ଥିଲା, ଯାହାକି ୨୦୨୫ରେ ବଢିକି ୨,୫୦୮ ହେକ୍ଟର ହୋଇଯାଇଛି। ସତର୍କ ରହିବାକୁ ସିଡବ୍ଲୁସି ସୂଚନା ଦେଇଛି। ରିୟଲ ଟାଇମ ମନିଟରିଂ ସିଷ୍ଟମ, ସାଟେଲାଇଟ୍ ବେସଡ୍‌ ଆଲର୍ଟ ଓ ଓ୍ବାଣ୍ଣିଂ ସିଷ୍ଟମ ସ୍ଥାପିତ କରିବାର ସୁପାରିଶ କରାଯାଇଛି।