ନୂଆଦିଲ୍ଲୀ,୧୩/୦୯: ରେଳ ମ୍ୟାପରେ ଯୋଡିହେଲା ମିଜୋରାମ । ୧୨୭ ବର୍ଷରେ ମିଜୋରାମରେ ଗଡ଼ିଲା ପ୍ରଥମ ଟ୍ରେନ । ପ୍ରଥମ ରେଲୱେ ଲାଇନ୍ର ଉଦଘାଟନ କରି ରାଜ୍ୟବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଇଜଲରୁ ଦିଲ୍ଲୀ ଗଡିଲା ଟ୍ରେନ । ବୈରାବି-ସାଇରାଙ୍ଗ ସହ ୩ଟି ନୂଆ ରେଳ ଲାଇନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱାଧୀନତା ସଂଗ୍ରାମ ହେଉ କି ଦେଶ ନିର୍ମାଣ ମିଜୋରାମ ବାସୀ ସବୁଥିରେ ଆଗୁଆ । ମିଜୋରାମବାସୀଙ୍କ ପାଇଁ ଆଜି ଐତିହାସିକ ଦିନ ବୋଲି କହିଛନ୍ତି କହି ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ।
୩ଟି ନୂଆ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରି ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଏହା କେବଳ ରେଳ ସଂଯୋଗ ନୁହେଁ ଲାଇଫଲାଇନ୍ ଅଫ୍ ଟ୍ରାନ୍ସଫରମେସନ । ଏହା ମିଜୋରାମର ଲୋକଙ୍କ ଜୀବନ ଏବଂ ଜୀବିକାରେ ବିପ୍ଳବ ଆଣିବ। ମିଜୋରାମର ଚାଷୀ ଏବଂ ବ୍ୟବସାୟଗୁଡ଼ିକ ସାରା ଦେଶରେ ବଜାରରେ ପହଞ୍ଚାଇବ । ଗତ ୧୧ ବର୍ଷ ଧରି, ଆମେ ଉତ୍ତର-ପୂର୍ବାଞ୍ଚଳର ବିକାଶ ପାଇଁ କାମ କରିଆସୁଛି । ଏହି ଅଞ୍ଚଳ ଭାରତର ଅଭିବୃଦ୍ଧି ଇଞ୍ଜିନ ହେବାକୁ ଯାଉଛି । ସ୍ୱାଧୀନତା ଆନ୍ଦୋଳନ ହେଉ କିମ୍ବା ରାଷ୍ଟ୍ର ନିର୍ମାଣ, ମିଜୋରାମର ଲୋକମାନେ ସର୍ବଦା ଯୋଗଦାନ ଦେବାକୁ ଆଗେଇ ଆସିଛନ୍ତି । ତ୍ୟାଗ ଏବଂ ସେବା, ସାହସ ଏବଂ କରୁଣା ମୂଲ୍ୟବୋଧକୁ ମିଜୋ ସମାଜ କେନ୍ଦ୍ରରେ ଅଛି । ଆଜି, ମିଜୋରାମ ଭାରତର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଦେଶ ପାଇଁ, ବିଶେଷକରି ମିଜୋରାମର ଲୋକଙ୍କ ପାଇଁ ଏକ ଐତିହାସିକ ଦିନ। ଆଜିଠାରୁ, ଆଇଜଲ ଭାରତର ରେଳ ମାନଚିତ୍ରରେ ରହିବ। କିଛି ବର୍ଷ ପୂର୍ବେ, ମୋତେ ଆଇଜଲ ରେଳ ଲାଇନର ଶିଳାନ୍ୟାସ କରିବାର ସୁଯୋଗ ମିଳିଥିଲା ଏବଂ ଆଜି, ଗର୍ବର ସହିତ ଦେଶବାସୀଙ୍କୁ ଉତ୍ସର୍ଗ କରୁଛୁ । ଅନେକ ଚ୍ୟାଲେଞ୍ଜକୁ ଦୂର କରି, ଏହି ବୈରାବି-ସାଇରଙ୍ଗ ରେଳ ଲାଇନ ବାସ୍ତବତାରେ ପରିଣତ ହୋଇଛି । ଆମର ଇଞ୍ଜିନିୟରମାନଙ୍କ ଦକ୍ଷତା ଏବଂ ଆମର ଶ୍ରମିକମାନଙ୍କ ମନୋବଳ ଏହାକୁ ସମ୍ଭବ କରିଛି । ପ୍ରଥମ ଥର ପାଇଁ, ମିଜୋରାମର ସାଇରଙ୍ଗ ରାଜଧାନୀ ଏକ୍ସପ୍ରେସ ଦ୍ୱାରା ସିଧାସଳଖ ଦିଲ୍ଲୀ ସହିତ ଯୋଡ଼ି ହେବ । "
ବୈରାବି-ସାଇରଙ୍ଗ ମଧ୍ୟରେ ମିଜୋରାମର ପ୍ରଥମ ରେଳ ଲାଇନ ଉଦଘାଟିତ ହୋଇଛି । ୫୫ଟି ବୃହତ ଓ ୮୮ ଟି ଛୋଟ ବ୍ରିଜ ଉପରେ ୮୦୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ରିଜକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈରାବିରୁ ସାଇରାଙ୍ଗ ୫୧ କିଲୋମିଟର ରେଲ ଲାଇନରେ ୪୫ଟି ସୁଡଙ୍ଗ ରହିଛି । ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲଦୁହୋମା ଉପସ୍ଥିତ ଥିଲେ । ଆଜି ଆମ ରାଜ୍ୟ ପାଇଁ ଐତିହାସିକ ଦିନ । ବୈରାବି-ସାଇରଙ୍ଗ ରେଳପଥ ଏବଂ ସାଇରଙ୍ଗ ରେଳ ଷ୍ଟେସନ, ଏକ ଐତିହାସିକ ସଫଳତା ଯାହା ସଂଯୋଗ ଏବଂ ପ୍ରଗତି ଦିଗରେ ଆମର ଯାତ୍ରାରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି ବୋଲି କହିଛନ୍ତି ମିଜୋରାମ ମୁଖ୍ୟମନ୍ତ୍ରୀ ।