ନୂଆଦିଲ୍ଲୀ,୦୪/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଲଟିମେଟ୍‌ ଆଗରେ ନଇଁଲା ହମାସ । ଗାଜା ଉପରେ କରିଥିବା କବ୍‌ଜା ସହ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ରାଜି ହୋଇଛି ହମାସ୍‌ । ଡୋନାଲ୍ଡ ଟ୍ରମ୍ପଙ୍କ 'ଗାଜା ପ୍ଲାନ' ପ୍ରସ୍ତାବରେ ହମାସ୍ ସହମତ ହୋଇଛି । ଖୁବଶୀଘ୍ର ମଧ୍ୟପ୍ରାଚ୍ୟରେ ଶାନ୍ତିର ବାଟ ଫିଟିପାରେ । ଇସ୍ରାଏଲ ଓ ଗାଜା ଶାନ୍ତି ଚୁକ୍ତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଶଂସା କରିଛନ୍ତି । ଭାରତ ସର୍ବଦା ଶାନ୍ତି ସହିତ ଅଛି । ଭାରତ ସେ ସମସ୍ତ ଚେଷ୍ଟା ଯାହା ଶାନ୍ତି ପାଇଁ ହେଉଛି ତାର ପୂର୍ଣ୍ଣ ସହଯୋଗ-ସମର୍ଥନ କରିବ ବୋଲି କହିଛନ୍ତି ପିଏମ୍ ମୋଦି ।

​​​​​​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାଜା ଶାନ୍ତି ପ୍ରସ୍ତାବକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି । ସୋସିଆଲ ମଡିଆ ଏକ୍ସରେ ପିଏମ୍ ମୋଦି କହିଛନ୍ତି, ''ଶାନ୍ତି ପ୍ରକ୍ରିୟା ନିର୍ଣ୍ଣାୟକ ମୋଡରେ ରହିଛି । ସମସ୍ତ ବନ୍ଧକ ମୁକୁଳିବା ସଙ୍କେତ ମିଳିଛି ଯାହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆମେ ଗାଜାରେ ଶାନ୍ତି ଫେରାଇ ଆଣିବାକୁ ନିଆଯାଇଥିବା ପ୍ରସ୍ତାବରେ ନିର୍ଣ୍ଣାୟକ ପ୍ରଗତି ମଧ୍ୟରେ ଟ୍ରମ୍ପଙ୍କ ନେତୃତ୍ୱର ସ୍ୱାଗତ କରୁଛୁ । ବନ୍ଧକଙ୍କୁ ଛାଡିବା ସଙ୍କେତ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ଭାରତ ଏକ ସ୍ଥାୟୀ ଏବଂ ନ୍ୟାୟପୂର୍ଣ୍ଣ ଶାନ୍ତି ପାଇଁ ସମସ୍ତ ପ୍ରୟାସର ଦୃଢ ସମର୍ଥନ ଜାରି ରଖିବ ।''