ଜହ୍ନlପଙ୍କ, ୨୦/୯: ବୌଦ୍ଧ ବ୍ଲକ ମୁଣ୍ଡାପଡା ପଞ୍ଚାୟତ ଅନ୍ତର୍ଗତ କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସବର ସେଠୀଙ୍କୁ ଡେପୁଟେସନରେ ଅନ୍ୟ ଏକ ସ୍କୁଲକୁ ପଠାଯାଇଛି। ଏହାର ପ୍ରତିବାଦରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ ପରିଚାଳନା କମିଟି ଓ ପଞ୍ଚ ଶିକ୍ଷାସେତୁର ସଭ୍ୟ ସଭ୍ୟା ଏବଂ ଅଭିଭାବକମାନେ। ଶ୍ରୀ ସେଠୀଙ୍କୁ ଅନ୍ୟତ୍ର ପଠାଇବା ଦ୍ୱାରା ସ୍କୁଲରେ ଶିକ୍ଷକ ସଂଖ୍ୟା କମି ଯାଉ ଥିବାରୁ ପିଲାମାନଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେବ ବୋଲି ଅଭିଭାବକମାନେ କହିଛନ୍ତି।
ସବର ସେଠୀଙ୍କୁ ରିଲିଭ ନ କରିବାକୁ ପ୍ରଧାନ ଶିକ୍ଷକଙ୍କ ନିକଟରେ ଦାବି କରି ସ୍କୁଲର ମୁଖ୍ୟ ଫାଟକରେ ଅଭିଵାବକମାନେ ତାଲା ପକାଇ ଧାରଣାରେ ବସିଥିଲେ।ଖବର ପାଇ ଏବିଇଓ କମଳାକାନ୍ତ ଦଳବେହେରା ଓ ସିଆରସିସି ପ୍ରଶାନ୍ତ ଝାଙ୍କର ପହଂଚି ବିଦ୍ୟାଳୟ ପରିଚାଳନା କମିଟି, ପଞ୍ଚସଖା ସେତୁର ସଭ୍ୟ ସଭ୍ୟା ଓ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ। ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ ପ୍ରତିଶ୍ରୁତି ଦେବା ପରେ ବିଦ୍ୟାଳୟ ତାଲା ଖୋଲା ଯାଇଥିଲା।