ନୂଆଦିଲ୍ଲୀ,୨୦/୧୦: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ମା’ ହୋଇଛନ୍ତି ।  ଶୁକ୍ରବାର ସେ ଏକ ଶିଶୁପୁତ୍ରକୁ ଜନ୍ମ  ଦେଇଛନ୍ତି । ପରିଣିତିଙ୍କ ସ୍ୱାମୀ ତଥା  ରାଜ୍ୟସଭା ସାଂସଦ ରାଘବ ଚଢ଼ା  ସୋସିଆଲ ମିଡିଆରେ ଏହି ଖୁସିଖବର  ଦେଇଛନ୍ତି ।

ରାଘବ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଛନ୍ତି,  ‘ଶେଷରେ ସେ ଆସିଗଲା! ଆମ ପୁଅ  ଏବଂ ସତରେ ଆମକୁ ଆଉ ପୂର୍ବର  ଜୀବନ କଥା ମନେ ନାହିଁ! ହାତ, ହୃଦୟ ସମ୍ପୂର୍ଣ୍ଣ । ପୂର୍ବରୁ ଆମେ ଉଭୟେ  କେବଳ ଉଭୟଙ୍କ ପାଇଁ ଥିଲୁ । ଏବେ ଆମ ପାଖରେ ସବୁକିଛି ଅଛି ।’ ପରିଣିତି ଦିଲ୍ଲୀରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

 

ସେହିପରି ପରିଣିତିଙ୍କ ମା’ ପୋଷ୍ଟ  କରିଛନ୍ତି, ଏହାଠାରୁ ବଡ଼ ଖୁସି ଏବଂ  ଆଶୀର୍ବାଦ ଆଉ କିଛି ହୋଇପାରିବନି ।  ଉଭୟଙ୍କୁ ବହୁତ ସାରା ଭଲପାଇବା ।  ଭଗବାନ ତୁମମାନଙ୍କ ଉପରେ ସର୍ବଦା  ଆଶୀର୍ବାଦ ବନାଇ ରଖନ୍ତୁ । ରାଘବ  ଏବଂ ପରିଣିତି ୨୦୨୩ ସେପ୍ଟେମ୍ବରରେ  ବିବାହ କରିଥିଲେ । ୨୦୨୫ ଅଗଷ୍ଟରେ  ସେମାନେ ବାପା-ମା’ ହେବାକୁ ଯାଉଥିବା  ଘୋଷଣା କରିଥିଲେ ।