ହରଭଙ୍ଗା, ୬।୧୦ ; ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ହରଭଙ୍ଗା ଖଣ୍ଡର ପୁରୁଣାକଟକ ଶାଖା ଦ୍ୱରା ସ୍ଥାନୀୟ ସ୍ୱରସ୍ୱତୀ ବିଦ୍ୟାମନ୍ଦିର ମଣ୍ଡପ ଠାରେ ବିଜୟା ଦଶମୀ ଉତ୍ସବ ସହିତ ପଥସଞ୍ଚଳନ ପାଳିତ ହୋଇଯାଇଛି l ଏହି ଅବସରରେ ପୂର୍ଣ୍ଣ ଗଣବେଶରେ ଏକ ପଥ ସଂଚଳନ ପୁରୁଣାକଟକ ଗ୍ରାମ ପରିକ୍ରମା କରିଥିଲା l ପଥ ସଞ୍ଚଳନ ସମୟରେ ପୁରୁଣାକଟକ ଗ୍ରାମର ପ୍ରତ୍ୟକ ଗୃହ ସମୁଖରେ ପୂର୍ଣ୍ଣ କଳସୀ ରଖି ସ୍ୱୟଂସେବକ ସଂଘର ସେବକଙ୍କୁ ସ୍ୱlଗତ କରାଯାଇଥିଲା l
ସଂଘ ଶତାବ୍ଦୀ ବର୍ଷ ପଦାର୍ପଣରେ ସହଭାଗିତାରେ ସେହି ବିପ୍ଲବୀ ମାନଙ୍କ ସ୍ମୃତି ଚlରଣ କରିବା ସହ ଚଳିତ ଶତାବ୍ଦୀ ବର୍ଷରେ ସପ୍ତ ସୂତ୍ରୀ କାର୍ଯ୍ୟକ୍ରମ ଓ ପଞ୍ଚ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମରେ ବିଶେଷ ଅତିଥିଭାବେ ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଲବେହେରା, ଜିଲ୍ଲା ଭାରତୀୟ ଶିକ୍ଷକ ମଣ୍ଡଳ ପ୍ରଚାର ସମିତିର ସଦସ୍ୟ ବିଜୟ କୁମାର ସାହୁ,ଜ଼ିଲ୍ଲା ପ୍ରଚାର ପ୍ରମୁଖ ରଘୁନାଥ ଷଡ଼ଙ୍ଗୀ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ କାର୍ଯ୍ୟ ଭାର ରାଜକିଶୋର ଆଗ୍ରୱାଲା,ବିଭାଗ ବୌଦ୍ଧିକ ପ୍ରମୁଖ, ଶ୍ରୀମାନ ଦେବ ବ୍ରତ ପାଣିଗ୍ରାହୀ, ଖଣ୍ଡ ସଂଘ ଚlଳକ ରାଜୁ ଭାଇ, ଓ ମୁଖ୍ୟ ଅତିଥି ସୁରେନ୍ଦ୍ର ପ୍ର୍ରଧାନ ଓ ସ୍ୱୟଂସେବକ ୧୨୧ଜଣ ଯୋଗ ଦାନ କରିଥିଲେ l ଏହି ସମାରୋହରେ ସ୍ଥାନୀୟ ବୁଦ୍ଧିଜୀବୀ, ବାଳକ, ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।