ଖନ୍ତାପଡ଼ା, ୧୩/୧୦: ଖନ୍ତାପଡ଼ାରୁ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ। ଘଟଣାସ୍ଥଳରେ ଗାଡି ଛାଡ଼ି ଡ୍ରାଇଭର୍ ଚମ୍ପଟ୍। ଖବର ପାଇ ଖନ୍ତାପଡ଼ା ପୁଲିସ ପହଞ୍ଚି ଗାଡିକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି। 

ରବିବାର ବିଳମ୍ବିତ ରାତିରେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ଖବର ପାଇ ଗୋ-ସୁରକ୍ଷା ବାହିନୀ ଖନ୍ତାପଡ଼ା ଥାନା ଅନତି ଦୂରରେ ଜଗି ରହିଥିଲା। ଏହି ସମୟରେ ଏକ ପିକଅପ୍ ଗାଡି ଯିବା ବେଳେ ଗୋ-ସୁରକ୍ଷା ବାହିନୀ ଅଟକାଇ ଯାଞ୍ଚ କରିଥିଲା। ଡ୍ରାଇଭର୍ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଗୋ ମାଫିଆମାନେ ପିକଅପ୍ ଭ୍ୟାନ୍ ଭିତରେ ଅତି ଅମାନୁଷିକ ଭାବରେ ଗୋରୁଙ୍କୁ ଚାଲାଣ କରୁଥିବା ଦେଖି ୧୧୨ ଯୋଗେ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଯୋଗାଯୋଗ କରିଥିଲେ। ନମ୍ବର ଉପଲବ୍ଧ ନଥିବାରୁ ପରେ ବାଲେଶ୍ୱର ଜିଲ୍ଲା ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକଙ୍କୁ ଗୋ ସୁରକ୍ଷା ବାହିନୀ ଅବଗତ କରାଇବା ପରେ ଘଟଣା ସ୍ଥଳରେ ଖନ୍ତାପଡ଼ା ପୁଲିସ ପହଞ୍ଚି ଗାଡିକୁ ଜବତ କରିଛି।