ନୂଆଦିଲ୍ଲୀ,୨।୯: 'ମା' ହେଉଛି ଆମର ଦୁନିଆ ଓ ସ୍ୱାଭିମାନ। କିଛି ଦିନ ପୂର୍ବରୁ ଏହି ପରମ୍ପରା ସମୃଦ୍ଧ ବିହାରରେ କ'ଣ ଘଟିଲା ମୁଁ କଳ୍ପନା ମଧ୍ୟ କରି ନଥିଲି। ବିହାରରେ RJD-କଂଗ୍ରେସର ମଞ୍ଚରୁ ମୋ ମା‘ଙ୍କୁ ଗାଳି ଦିଆଯାଇଥିଲା। ଏହି ଗାଳି କେବଳ ମୋ ମା’ଙ୍କ ପ୍ରତି ଅପମାନ ନୁହେଁ। ଏହା ଦେଶର ମା', ଭଉଣୀ ଏବଂ ଝିଅଙ୍କର ଅପମାନ। ମୁଁ ଜାଣେ... ଏହା ଦେଖିବା ଏବଂ ଶୁଣିବା ପରେ ଆପଣ ସମସ୍ତଙ୍କୁ, ବିହାରର ପ୍ରତ୍ୟେକ ମା’ କେତେ ଖରାପ ଅନୁଭବ କରିଥିବେ!  ମୁଁ ଜାଣେ, ମୋ ହୃଦୟରେ ମଧ୍ୟ ସେହି ଯନ୍ତ୍ରଣା ଅଛି ଯେପରି ବିହାରର ଲୋକମାନେ ଅନୁଭବ କରୁଛନ୍ତି।' ପ୍ରଧାନମନ୍ତ୍ରୀ ମୋଦି ବିହାରର ଲୋକମାନଙ୍କୁ ଏହି ଅପମାନର ଜବାବ ଦେବାକୁ ମଧ୍ୟ ନିବେଦନ କରିଛନ୍ତି। ବିହାରରେ ରାଜ୍ୟ ଜୀବିକା ନିଧି ସାଖ ସହକାରୀ ସଂଘ ଲିମିଟେଡର ଶୁଭାରମ୍ଭ ବେଳେ ଭର୍ଚୁଆଲ କାର୍ଯ୍ୟକ୍ରମରେ ରାଜ୍ୟର ଜୀବିକା ଦିଦିଙ୍କୁ ଏହି ଉପହାର ଦେଇଛନ୍ତି ପିଏମ୍  ମୋଦି। ଏହି ଅବସରରେ ମୋଦି କଂଗ୍ରେସ-ଆରଜେଡିକୁ ତାଙ୍କ ମା’ଙ୍କୁ ଗାଳି ଦେଇଥିବା ନେଇ ବର୍ଷିଥିଲେ। ସେ କହିଥିଲେ ମୋର ଏହା କେବଳ ମୋ ମା’ଙ୍କ ଅପମାନ ନୁହେଁ ପୁରା ଦେଶର ମା’ଙ୍କ ଅପମାନ।  ​​​​​​​

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମା’ଙ୍କୁ ମନେପକାଇ ଖୁବ୍ ଇମୋସନାଲ ହୋଇପଡିଛନ୍ତି। ସେ କହିଛନ୍ତି, ମୋ ମା’ ଆମ ସମସ୍ତଙ୍କୁ ଖୁବ୍ ଗରିବ ଅବସ୍ଥାରେ ଲାଳନପାଳନ କରିଛନ୍ତି। ସେ କେବେ ନିଜ ପାଇଁ ନୂଆ ଶାଢୀଟିଏ କିଣିନଥିଲେ। ଆମ ପରିବା ପାଇଁ ସବୁବେଳେ ସଞ୍ଚୟ କରି ରଖୁଥିଲେ। ମୋ ମା’ ଭଳି, ମୋ ଦେଶର କୋଟି କୋଟି ମା’ ପ୍ରତିଦନି ତପସ୍ୟା କରନ୍ତି। ଆପଣ ସମସ୍ତେ ଜାଣନ୍ତି, ଏବେ ମୋର ମା’ର ଶରୀର ତ ଏ ଦୁନିଆରେ ନାହିଁ। ୧୦୦ ବର୍ଷ ପୂରଣ କରି ନିକଟରେ ସେ ଆମମାନଙ୍କୁ ଛାଡି ଚାଲିଗଲେ। ମୋ ମା’ଙ୍କର ରାଜନୀତି ସହ କୌଣସି ସମ୍ପର୍କ ନାହିଁ, ଯାହାଙ୍କର ଶରୀର ଏ ଦୁନିଆରେ ନାହିଁ। ମୋର ସେହି ମା’ଙ୍କୁ ଆରଜେଡି-କଂଗ୍ରେସ ଗୋଟିଏ ମଞ୍ଚରେ ଏକାଠି ଗାଳିଦେଉଛନ୍ତି। ଏହା ଖୁ୍ବ୍ ଦୁଃଖ, କଷ୍ଟ ଓ ପୀଡା ଦେଉଥିବା ଘଟଣା। ସେହି ମା’ କ’ଣ ଭୁଲ କରିଛି, ତାକୁ ଖରାପ ଭାଷାରେ ଗାଳି ଦେଉଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଜଣେ ଗରିବ ମା’ର ତପସ୍ୟା ତା’ ପୁଅର କଷ୍ଟକୁ ରାଜ ପରିବାରରେ ଜନ୍ମିତ ଯୁବରାଜ ବୁଝିପାରିବେନି। ଏହି ପ୍ରଭାବଶାଳୀ ଲୋକ ସୁନା-ରୁପାର ଚାମଚ ନେଇ ଜନ୍ମ ହୋଇଛନ୍ତି। ଦେଶ ଓ ବିହାର କ୍ଷମତା ଏମାନଙ୍କୁ ନିଜ ପରିବାରର ଉତ୍ତରାଧିକାରୀ ଭାବରେ ମିଳିଛି। ତାଙ୍କୁ ଲାଗୁଛି ଚୌକି ତାଙ୍କୁ ମିଳିବା ଦରକାର, କିନ୍ତୁ ଦେଶର ଜନତା ଜନାର୍ଦ୍ଦନ ଜଣେ ଗରିବ ମା’ର ପୁଅକୁ  ଆର୍ଶୀବାଦ ଦେଇ ପ୍ରଧାନସେବକ କରିଦେଇଛି। ଏହି କଥା କିଛି ପ୍ରଭାବଶାଳୀ ଲୋକଙ୍କୁ ହଜମ ହେବନି। କେହି ପଛୁଆ, ଅତି ପଛୁଆ ଆଗକୁ ଯଦି ବଢିଯାଏ ତେବେ କଂଗ୍ରେସକୁ ସହ୍ୟ ହେଉନି। ଏମାନଙ୍କୁ ଲାଗୁଛି ବଡ଼ ଘରର ଲୋକଙ୍କର କେବଳ ସେହି ଅଧିକାର ରହିଛି, କାମ କରୁଥିବା ଲୋକଙ୍କୁ ଏମାନେ କେବଳ ଗାଳି ଦେଉଥାନ୍ତି। ଆପଣ ସମସ୍ତଙ୍କୁ ଜଣା ପ୍ରାୟ ୫୦ ରୁ୫୫ ବର୍ଷ ହେବ ସମାଜ ଓ ଦେଶ ସେବାରେ ଲାଗିଛି। ମୁଁ ରାଜନୀତିକୁ ବହୁତ ବିଳମ୍ବରେ ଆସିଛି। ମୁଁ ପ୍ରତିଦିନ, ପ୍ରତି କ୍ଷଣ ଦେଶ ପାଇଁ ପୁରା ସମର୍ପଣ ଭାବରେ କାମ କରୁଛି। ଏଥିରେ ମୋର ମା’ଙ୍କ ବହୁତ ବଡ଼ ଭୂମିକା ରହିଛି। ମୋତେ ମା’ ଭାରତୀଙ୍କ ସେବା କରିବାର ଥିଲା, ତେଣୁ ମୋତେ ଜନ୍ମ ଦେଇଥିବା ମୋର ମା’ ମୋତେ ନିଜ ଦାୟିତ୍ବରୁ ମୁକ୍ତ କରିଦେଇଛନ୍ତି। ସେ ମା’ଙ୍କ ଆର୍ଶୀବାଦରୁ ମୁଁ ଚାଲିଥିଲି। ତେଣୁ ମୋତେ ଆଜି ଏହି କଥାର ଦୁଃଖ ରହିଛି, ଯେଉଁ ମା’ ମୋତେ ଦେଶ ସେବାର ଆର୍ଶୀବାଦ ଦେଇ ପଠାଇଥିଲେ, ନିଜଠାରୁ ଅଲଗା କରି ମୋତେ ଯିବାର ଅନୁମତି ଦେଇଥିଲେ ତାଙ୍କୁ ଏଭଳି ଖରାପ ଭାଷାରେ ଗାଳି କରାଯାଉ