ଖୋର୍ଦ୍ଧା,୧୨/୧୦: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଗାଁ ଠାରୁ ସହର ସବୁଠି ଦୀପାବଳିକୁ ଉତ୍ସାହ ସହ ପାଳନ କରିବାକୁ ଅପେକ୍ଷା କରିଛନ୍ତି । ଆଲୋକର ପର୍ବରେ ବାଣଫୁଟାଇବାର ରହିଛି ସ୍ବତନ୍ତ୍ର ପଥା । କିନ୍ତୁ ବାଣ ଫୁଟିବା ଦ୍ବାରା ବାୟୁମଣ୍ଡଳ ପ୍ରଦୂଷଣ ହୋଇଥାଏ । ଏଥିରେ ରୋକ୍ ଲଗାଇବା ପାଇଁ ଗାଁ ଗାଁରେ ବାଣ ତିଆରି କୁଟୀଳ ଶିଳ୍ପ ପାଲଟିଥିବା ସ୍ଥାନ ମାନଙ୍କରେ ପୁଲିସ ପକ୍ଷରୁ ରିତିମତ ଚଢାଉ ଜାରି ରହିଛି ।
ଗତକାଲି (ଶନିବାର) ବିଳମ୍ବିତ ରାତ୍ରିରେ ବାଘମାରୀ ପୋଲିସ ପକ୍ଷରୁ ବାଘମାରୀ ଥାନା ଅନ୍ତର୍ଗତ ଲେଖନପୁର ଗ୍ରାମରେ ଚଢାଉ କରାଯାଇଥିଲା । ଲକ୍ଷାଧିକ ଟଙ୍କାର ହାତ ତିଆରି ବାଣ ଜବତ କରାଯାଇଥିବା ଜଣାପଡିଛି । ଜବତ ବାଣ ଗୁଡିକୁ ଆଇନ ଅନୁଯାୟୀ ନଷ୍ଟ କରାଯିବ ପୁଲିସ ପକ୍ଷରୁ ସୂଚନା ମିଳିଛି । ଦୀପାବଳି ପୂର୍ବରୁ ବାଣ କାରବାର ଉପରେ ରୋକ୍ ଲଗାଇବା ପାଇଁ ଜିଲ୍ଲା ପୁଲିସର ପ୍ରୟାସ କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।