ଭୁବନେଶ୍ୱର,୩/୧୧: ଚୋରି କରିବା ଅଭିଯୋଗରେ ସଲ୍ମନ ଖାନ୍ଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ସଲ୍ମନ ଠାରୁ ଚୋରି ଲାପ୍ଟପ ଜବତ ହୋଇଛି । ସଲ୍ମନର ଘର ୟୁନିଟ୍-୪ ମା’ ମଙ୍ଗଳା ବସ୍ତି ।
ପୁଲିସ ସୂଚନା ଅନୁଯାୟୀ, ସଲ୍ମନ ୟୁନିଟ୍-୫ସ୍ଥିତ ବଡ଼ଚନ୍ଦ୍ର ପେଟ୍ରୋଲ ପମ୍ପର ପୂର୍ବତନ କର୍ମଚାରୀ । ଗ୍ରାହକଙ୍କ ପ୍ରତି ଖରାପ ବ୍ୟବହାର ଦେଖାଇବାରୁ ତାକୁ ଚାକିରିରୁ ବାହାର କରି ଦିଆ ଯାଇଥିଲା । ରାଗ ରଖି ଶନିବାର ବିଳମ୍ବିତ ରାତିରେ ସଲ୍ମନ ଉକ୍ତ ପେଟ୍ରୋଲ ପମ୍ପ କାର୍ଯ୍ୟାଳୟରେ ପଶି ଏକ ଲାପ୍ଟପ ଚୋରି କରି ନେଇ ପଳାଇଥିଲା । ପେଟ୍ରୋଲ ପମ୍ପ ସିସି କ୍ୟାମେରା ଯାଞ୍ଚ କରିବା ବେଳେ ସଲ୍ମନର କାରନାମା ଜଣାପଡ଼ିଥିଲା । ଏନେଇ ପେଟ୍ରୋଲ ପମ୍ପ ମ୍ୟାନେଜର ବିକ୍ରମ କୁମାର ପ୍ରଧାନ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ସଲ୍ମନକୁ ଗିରଫ କରିବା ସହ ତାଙ୍କଠାରୁ ଚୋରି ଲାପ୍ଟପ ଜବତ କରିଥିଲା ।