ଭୁବନେଶ୍ୱର,୨୦/୦୯: ସ୍ଲିଙ୍ଗ୍-ସଟ୍ (ବାଟୁଳି) ଓଡ଼ିଶା ଆନୁକୂଲ୍ୟରେ ଦ୍ୱିତୀୟ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆସନ୍ତା ୫ ତାରିଖ ଦିନ ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍ରେ ଆୟୋଜିତ ହେବ । ପ୍ରତିଯୋଗିତାକୁ ସ୍ଲିଙ୍ଗ୍-ସଟ୍ ଓଡ଼ିଶାର ଅଧିକାରୀମାନେ ପରିଚାଳନା କରିବେ ।
ଓଡ଼ିଶାର ପାରମ୍ପରିକ ବାଟୁଳି ବା ସ୍ଲୀଙ୍ଗ୍-ସଟ୍ ଖେଳକୁ ପ୍ରୋତ୍ସାହିତ କରିବା ନିମନ୍ତେ ଓଡ଼ିଶା ସଂଘର ଏହା ଏକ ପ୍ରୟାସ । ବିଭିନ୍ନ ବୟସ ବିଭାଗର ମହିଳା ଓ ପୁରୁଷ ଏବଂ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଇଚ୍ଛୁକ ପ୍ରତିଯୋଗୀମାନେ ଅଧିକ ସୂଚନା ପାଇଁ ଆୟୋଜକଙ୍କ ସହ ଯୋଗାଯୋଗ କରିପାରିବେ । ବିଭିନ୍ନ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଖେଳାଳି ମାନେ ଜାତୀୟ ପ୍ରତିଯୋଗିତା ପାଇଁ ଚୟନ ହେବେ ।