କଟକ,୫/୯ : କଟକ ଦୁର୍ଗାପୂଜାରେ ମଣ୍ଡପର ସାଜସଜ୍ଜା, ତୋରଣ ନିର୍ମାଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭସାଣି ଉତ୍ସବ ପଞ୍ଜିକରଣ ଏବଂ ଅନୁମତି ପାଇଁ ଆଜିଠାରୁ ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ଆରମ୍ଭ ହୋଇଛି । ୫ ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଉପଲବ୍ଧ ରହିବ । ଏହି ୩ ଦିନ ଭିତରେ ବାରବାଟୀ ପ୍ୟାଲେସରେ ଆରମ୍ଭ ହୋଇଥିବା ଏହି ସିଙ୍ଗିଲ ଓ୍ବିଣ୍ଡୋ କାଉଣ୍ଟରକୁ ଆସି ପୂଜା କମିଟି ଗୁଡିକ ଗୋଟିଏ ଛାତ ତଳେ ସବୁ ପ୍ରକାର ନୋ ଅଵଜେକସନ ସାର୍ଟିଫିକେଟ ପାଇଁ ଆବେଦନ କରିବେ। ପ୍ରାରମ୍ଭିକ ଅନୁଧ୍ୟାନ ପରେ ପ୍ରଶାସନ ପ୍ରଥମେ ପୂଜା କମିଟି ଗୁଡିକୁ ପ୍ରୋଭିଜନାଲ ଏନଓସି ଦେବ ଓ ଆସନ୍ତା ୨୨ତାରିଖ ସୁଦ୍ଧା ପୂର୍ଣ୍ଣ ଅନୁଧ୍ୟାନ କରି ଫାଇନାଲ ଏନଓସି ପ୍ରଦାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।