କଟକ ୦୬/୧୦: ରବିବାର ଉତ୍ତୋଜନା ପରେ କଟକ​‌​‌ରେ ସ୍ଥିତି ନିୟନ୍ତ୍ରଣରେ ଅଛି। ଶୁକ୍ରବାର ଦଶହରା ଭସାଣି ଗଣ୍ଡଗୋଳ ବେଳେ ୪ ଜଣ ଆହତ ହୋଇଥିଲେ।  ସିସିଟିଭି ଫୁଟେଜ ଆଧାରରେ ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି । କଟକ ସହରରେ ହିଂସା ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ଟି ମାମଲା ରୁଜୁ ହୋଇଛି । ବର୍ତ୍ତମାନ ଗିରଫଦାରୀ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ପୁଲିସ କମିଶନର ଏସ୍. ଦେବଦତ୍ତ ସିଂ।

ତେବେ ଏହି ସମୟରେ ସୋସିଆଲ୍ ମିଡ଼ିଆରେ ୪ଜଣ ଆହତଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ନେଇ ଗୁଜବ ହୋଇଥିଲା। ଯାହା କି ସମ୍ପୂର୍ଣ୍ଣ ମିଛି । ଗୋଷ୍ଠୀ ସଂଘର୍ଷ ଘଟଣାରେ ୩ ସାମାନ୍ୟ ଆହତ ହୋଇଥିଲେ। ସେମାନଙ୍କୁ ଡିସର୍ଚାଜ କରାଯାଇଛି। ଶଙ୍କର ବିଶ୍ବାଳ ନାମ ଜଣେ ବ୍ୟକ୍ତି ଏବେ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି। ସୋସିଆଲ୍ ମିଡିଆରେ ଭାଇରାଲ କରିଥିବା ଇଲୋକ୍ଟ୍ରିନ୍ ମିଡିଆ ଧରିବାକୁ ଛାନ୍‌ଭିନ୍ ଚାଲିଛି। ଜଣାପଡିବା ପରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

ଦରଘାବଜାର ଅଞ୍ଚଳରେ ଭସାଣି ବେଳେ ଶୁକ୍ରବାର ବିଳମ୍ବିତ  ରାତିରେ ଘଟିଥିବା ଗଣ୍ଡଗୋଳ, ଢେଲାମାଡ଼, ଗୋଷ୍ଠୀ ସଂଘର୍ଷ  ଓ ଉତ୍ତେଜନାକୁ କେନ୍ଦ୍ର କରି ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସୋମବାର ସକାଳୁ ସନ୍ଧ୍ୟା ଯାଏ ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଥିଲା । ବନ୍ଦ ସମର୍ଥନରେ ବିଶ୍ୱହିନ୍ଦୁ ପରିଷଦର କଟକ ମହାନଗର ସଂଗଠନ ଓ ବିଭିନ୍ନ ହିନ୍ଦୁ ସଂଗଠନ ତରଫରୁ ଏକ ମୋଟର ସାଇକେଲ୍‌ ରାଲି କରାଯିବା ନେଇ ଆହ୍ୱାନ ଦିଆଯାଇଥିଲା । ଏହି ରାଲି ବିଦ୍ୟାଧରପୁର ଠାରୁ ବାହାରି ନୂଆବଜାର, ପୋତାପୋଖରୀ, ଚାଉଳିଆଗଞ୍ଜଓଏମ୍‌ପି, କଲେଜଛକ, ରାଣୀହାଟ, ବଜ୍ରକବାଟି, ଦୋଳମୁଣ୍ଡାଇବାଦାମବାଡ଼ି ପାଖରୁ ବୁଲି ହରିପୁର ଦୋଳମୁଣ୍ଡାଇ ଦେଇ  ଦରଘାବଜାର ଅଭିମୁଖେ ଯାଇଥିଲା । ପୁଲିସ୍‌ ପୂର୍ବରୁ ଆନ୍ଦୋଳନକାରୀଙ୍କୁ ନ ଅଟକାଇ ଦରଘାବଜାର ପର୍ଯ୍ୟନ୍ତ ଆସିବାକୁ ସୁଯୋଗ ଦେଇଥିଲା । ଦରଘାବଜାର ନିକଟରେ  ଆନ୍ଦୋଳନକାରୀମାନେ ପହଞ୍ଚିବା ପରେ ଦରଘାବଜାର ଥାନା ସାମ୍ନାରେ ହୋହଲ୍ଲା କରିଥିଲେ । ଭସାଣି ରାତିରେ ଠିକ୍‌ ଏହି ସ୍ଥାନରେ ଉତ୍ତେଜନା, ମାର୍‌ପିଟ୍‌ ହୋଇଥିବାବେଳେ  ରବିବାର ଏଠାରେ ପୁଲିସ୍‌ ସହ ସାମ୍ନାସାମ୍ନି ହୋଇଥିଲେ ଆନ୍ଦୋଳନକାରୀ । ପୁଲିସ୍‌ ଉପରେ ଆକ୍ରମଣ କରାଯିବା ପରେ ପୁଲିସ୍‌ ପାଲଟା ଲାଠି ଚାର୍ଜ କରି ଆନ୍ଦୋଳନକାରୀଙ୍କୁ ତଡ଼ିଥିଲା । ଲୁହବୁହା ବାଷ୍ପ ବି ମାରିଥିଲା । ପରେ ଏଠାକାର ସ୍ଥିତି ଅଣାୟତ୍ତ ହୋଇପଡିଥିଲା । ଆନ୍ଦୋଳନକାରୀ ମାନେ ଛିନ୍‌ଛତ୍ର ହୋଇ ବିଭିନ୍ନ ଗଳିକନ୍ଦିରେ ପ୍ରବେଶ କରି ନାରାବାଜି ଦେବା ଆରମ୍ଭ କରିଥିଲେ । ପରେ ସ୍ଥିତି ଅଶାନ୍ତ ହୋଇପଡ଼ିଥିଲା । ଗୌରୀଶଙ୍କର ପାର୍କ ନିକଟରେ କିଛି ଉଠା ଦୋକାନୀଙ୍କ ଠେଲା ଗାଡ଼ିରେ  ନିଆଁ ଲଗାଇ ଦିଆଯାଇଥିଲା ।

ଅନ୍ୟପକ୍ଷରେ ଆନ୍ଦୋଳନକାରୀ-ପୁଲିସ୍‌ ସଂଘର୍ଷ ଯୋଗୁଁ  ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ଗୁରୁତର ଆହତ ହୋଇଛନ୍ତି ।  ଡିସିପି ଖିଲାରି ରିଷିକେଶ ଦ୍ୟାନଦେଓ, ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ, ଦରଘାବଜାର ଥାନା ଅଧିକାରୀ ରାକେଶ ବେହେରାମାଲଗୋଦାମ ଥାନା ଅଧିକାରୀ ରଜନୀକାନ୍ତ ଦାସ, ଚାଉଳିଆଗଞ୍ଜ  ଥାନା ଅଧିକାରୀ ଚିନ୍ତେଶ୍ୱର ମୁଣ୍ଡାଙ୍କ ସମେତ ୨୫ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଉତ୍ତ୍ୟକ୍ତ ଆନ୍ଦୋଳନକାରୀମାନେ ଗୌରୀଶଙ୍କର ପାର୍କ ନିକଟରେ କିଛି ଉଠା ଦୋକାନ ଭଙ୍ଗାରୁଜା  କରିବା ସହ ଠେଲାଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ପ୍ରାୟ ୫୦ରୁ ଅଧିକ ଠେଲା ଗାଡ଼ିକୁ ଜଳାଇ ଦେଇଛନ୍ତି । କିଛି ଦୋକାନ ଲୁଟ ହୋଇଥିବା ବି ଅଭିଯୋଗ ହୋଇଛି । ତେବେ ସହରରେ ଉତ୍ତେଜନା ବଢିବାରୁ କଟକ ସହରର ଅନେକ ସ୍ଥାନରେ ସବୁ ଦୋକାନ ବଜାର ବନ୍ଦ ରହିଛି। 

ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ଯାଏ କର୍ଫ୍ୟୁ  ବଳବତ୍ତର ରହିବ । କମିସନରେଟ୍‌ ପୁଲିସ ଅନ୍ତର୍ଗତ ଦରଘାବଜାର, ମଙ୍ଗଳାବାଗ୍‌କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ଲାଲବାଗବିଡାନାସୀ, ମର୍କତନଗର, ସିଡିଏ ଫେଜ୍‌-୨, ମାଲଗୋଦାମ, ଜଗତପୁର, ବୟାଳିଶମୌଜା, ବାଦାମବାଡ କଟକ ସଦର ଭଳି ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି  କରାଯାଇଛି । ସେହିଭଳି ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସୋସିଆଲ୍ ମିଡିଆ ବ୍ୟାନ୍ ରହିବ।

ସୋମବାର ସକାଳୁ କଟକର ଏଣ୍ଟ୍ରି ପଏଣ୍ଟ ଗୁଡ଼ିକରେ ପୁଲିସ ପକ୍ଷରୁ କଡା ଚେକିଂ ବ୍ଲକିଂ କରାଯାଉଛି। ସହର ଗଳି କନ୍ଦିରେ ପିସିଆର୍‌ ଭ୍ୟାନ ବୁଲିବା ସହ ଡାକବାଜି ଯନ୍ତ୍ରରେ ସଚେତାବନି ଦିଆଯାଉଛି। କର୍ଫ୍ୟୁ ବଳବତ୍ତର ସମୟରେ ୫ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି। କେବଳ ସରକାରୀ କର୍ମଚାରୀ, ଜରୁରୀକାଳନୀ ସେବାରେ ନିୟୋଜିତ ବ୍ୟକ୍ତିମାନଙ୍କୁ ଛଡ଼ାଯିବାର ଅନୁମିତି ରହିଛି।