ବାଉଁଶୁଣୀ ,୧୪/୯ ବାଉଁଶୁଣୀ ଡେଲି ମାର୍କେଟ ନିକଟରୁ ସ୍କୁଟି ଭିତରୁ ଗୋଟିଏ ନାଗ ସାପ ଉଦ୍ଧାର କରାଯାଇଛି ମନମୁଣ୍ଡା ଥାନା ମନୁପାଲି ଗ୍ରାମ ପଞ୍ଚାୟତ ସାଣ୍ଡ ପାଲି ଗ୍ରାମର ଆଶୁତୋଷ ମିଶ୍ର ବାଉଁଶୁଣୀ ଡେଲି ମାର୍କେଟକୁ ପରିବା କିଣିବା ପାଇଁ ଆସିଥିଲେ l ପରିବା କିଣି ସ୍କୁଟି ଡିକି ଖୋଲି ଭର୍ତ୍ତି କରିବା ବେଳେ ଭିତରେ  ଗୋଟିଏ ସାପ ଥିବା ଦେଖିଥିଲେ l

ଏ ସମ୍ପର୍କରେ ସାପ ଉଦ୍ଧାରକାରୀ ଠାକୁର ମେହେରଙ୍କୁ ଖବର ଦେଇଥିଲେ। ଠାକୁର ମେହେର ଓ ଜଣେ ମେକାନିକଙ୍କ ସହାୟତାରେ ନାଗ ସାପକୁ ଉଦ୍ଧାର କରାଯାଇ ଥିଲା l ସୁରକ୍ଷିତ ଭାବରେ ନାଗ ସାପ କୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି ।