ଭୁବନେଶ୍ୱର ୧୪/୧୦: ଆଉ ସପ୍ତାହେ ପରେ ଆଲୋକର ପର୍ବ ଦୀପାବଳି। ଏହା ଭିତରେ ବାଣ ଫୁଟାଇବାକୁ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କଡ଼ା ନିର୍ଦ୍ଦେଶାବଳୀ ଜାରି ହୋଇଛି। ଯେଉଁଥିରେ ବାଣ ଫୁଟାଇବା ସମୟକୁ ମାତ୍ର ୨ ଘଣ୍ଟାକୁ ସୀମିତ କରାଯାଇଛି। ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ସହ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣକୁ ବର୍ଜନ କରିବାକୁ ନିର୍ଦ୍ଦେଶା ଦିଆଯାଇଛି। କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି।

diwali
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡ୍‌ଲାଇନ୍ ଅନୁଯାୟୀ, ଦୀପ ଜଳାଇ ଦୀପାବଳି ପାଳନ କରିବାକୁ କୁହାଯାଇଛି। ରାତି ୭ଟାରୁ ୯ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି ମିଳିଛି। ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଠାରୁ ଦୂରେଇ ରହିବାକୁ କଟକଣା ଜାରି ହୋଇଛି। ଖୋଲା ଜାଗାରେ ବାଣ ଫୁଟାଇବା ଓ ଲୋକଙ୍କ ଯିବାଆସିବା ସ୍ଥାନରେ ବାଣ ନଫୁଟାଇବାକୁ ପରାମର୍ଶ ଦିଆଯାଇଛି। ବାଣ ଫୁଟାଇବା ସମୟରେ ଛୋଟ ପିଲାଙ୍କୁ ଦୂରରେ ରଖିବା ସହ ପାର୍କ, ହସ୍ପିଟାଲ, କୋର୍ଟ, ଧାର୍ମିକ ଆଦି ସ୍ଥାନ ନିକଟରେ ବାଣ ଫୁଟାକୁ ବାରଣ କରାଯାଇଛି। 

ବାଣ ଫୁଟାଇବା ସମୟରେ ସୂତାର କପଡ଼ା ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।  ବାଣ ଫୁଟାଇବା ସମୟରେ ପାଖରେ ପାଣି କିମ୍ବା ବାଲି ରଖିବା,ବାଣକୁ ହାତରେ ଜଳାନ୍ତୁନାହିଁ, ସର୍ବଦା ଭୂମିରେ ରଖି ଜଳାଇବାକୁ କୁହାଯାଇଛି। ସେହିଭଳି ବାଣ ଫୁଟିବା ସମୟରେ ସବୁବେଳେ ଦୂରରେ ରୁହନ୍ତୁ। ପ୍ରଥମ ଥର ନଫୁଟିଥିବା ବାଣକୁ ଆଉ ଥରେ ଲଗାନ୍ତୁ ନାହିଁ,: ପଶୁପକ୍ଷୀଙ୍କୁ ବାଣର ଧୂଆଁ ଓ ଶବ୍ଦରୁ ଦୂରରେ ରଖନ୍ତୁ, ବୃଦ୍ଧ ଓ ଶ୍ୱାସ ରୋଗୀଙ୍କୁ ବାଣ ଧୂଆଁ ଠାରୁ ଦୂରରେ ରୁହନ୍ତୁ,ବାଣ ଫୁଟାଇବା ସମୟରେ ଆଖିରେ ଚଷମା ପିନ୍ଧିବାକୁ କୁହାଯାଇଛି।