ମୁମ୍ବାଇ,୧୩/୦୯: ବଡ଼ ପରଦାରେ ମୁକ୍ତିଲାଭ କରିଛି ତେଜା ସଜ୍ଜାଙ୍କ ଫିଲ୍ମ ‘ମିରାଈ’ । ଏହାଭାରତୀୟ ପୌରାଣିକ କଥା ଓ ଆଧୁନିକ ସୁପର୍ହିରୋ ଟେମ୍ପ୍ଲେଟ୍ରଏକ ସଙ୍ଗମ, ଯାହା ଥିଏଟରରେ ଦର୍ଶକଙ୍କୁ ନୂଆ ଅନୁଭବ ପ୍ରଦାନକରିଛି । ୨ ଘଣ୍ଟା ୪୯ ମିନିଟ୍ର ଏହି ଫିଲ୍ମର କାହାଣୀ ଓ ଭିଜୁଆଲଇଫେକ୍ଟ ଦର୍ଶକଙ୍କୁ ପ୍ରଭାବିତ କରିଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତିକାର୍ତ୍ତିକ ଗଟ୍ଟମନେନୀ । ସମ୍ରାଟ ଅଶୋକଙ୍କ ସମୟରୁ କାହାଣୀ ଆରମ୍ଭହୋଇଛି, ଯିଏକି ନିଜ ଶକ୍ତିକୁ ୯ଟି ପବିତ୍ର ଗ୍ରନ୍ଥରେ ବାଣ୍ଟିଛନ୍ତି । ଅମ୍ବିକା(ଶ୍ରିୟା ସରନ) ଏହି ଗ୍ରନ୍ଥଗୁଡ଼ିକୁ ରକ୍ଷା କରୁଛନ୍ତି । ନିଜ ପ୍ରାଣର ଆହୁତିଦେଇ ସେ ୯ମ ଗ୍ରନ୍ଥ ମିରାଈକୁ ରକ୍ଷା କରିଛନ୍ତି । ତାଙ୍କ ପୁଅ ବେଦ(ତେଜା ସଜ୍ଜା) ଜଣେ ଯୋଦ୍ଧା ଭାବେ ଉଭା ହୋଇଛନ୍ତି ଏବଂ ଏହିଗ୍ରନ୍ଥଗୁଡ଼ିକୁ ରକ୍ଷା କରୁଛନ୍ତି । କିନ୍ତୁ ମହାବୀର ଲାମା ଅମରତ୍ୱ ପ୍ରାପ୍ତି ଲାଗି ଏହି ଗ୍ରନ୍ଥଗୁଡ଼ିକୁ ହାସଲ କରିବାକୁଚାହୁଁଛି । ପରଦାରେ ମୁଖ୍ୟ ନାୟକ ତେଜା ସଜ୍ଜାଙ୍କ ଆକ୍ସନ୍-ଇମୋସନ୍ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ହୋଇଛି । ଖଳନାୟକ ରୂପେ ମନୋଜ କୁମାରମାଂଚୁଙ୍କ ଦମ୍ଦାର ପ୍ରଦର୍ଶନ ବି ପ୍ରଭାବିତ କରିଛି । ଫିଲ୍ମରେ ଅନ୍ତର୍ଜାତୀୟସ୍ତରର ମାର୍ଶଲ ଆର୍ଟ ଓ ଆକ୍ସନ୍ ଦେଖିବାକୁ ମିଳିଛି । ଶେଷରେ ରାଣାଦଗ୍ଗୁବାତୀଙ୍କ ସର୍ପ୍ରାଇଜ୍ ଏଣ୍ଟ୍ରି ହୋଇଛି । ‘ମିରାଈ’ ଏକ ବଡ଼ସିନେମାଟିକ୍ ୟୁନିଭର୍ସର ଶୁଭାରମ୍ଭ ବୋଲି ଏଥିରୁ ସ୍ପଷ୍ଟ ସଙ୍କେତ ମିଳିଛି ।