ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ଲୁପ୍ତ ହୋଇଯିବ କି ପୃଥିବୀର ପ୍ରିୟ ଉପଗ୍ରହ! ବିପଦପୂର୍ଣ୍ଣ ସ୍ଥାନ ତାଲିକାରେ ସାମିଲ କଲା WMF

Published By : Prameya | January 21, 2025 2:01 PM

ନୂଆଦିଲ୍ଲୀ ୨୧/୦୧:  ବିଶ୍ୱ ଐତିହ୍ୟ ପାଣ୍ଠି (WMF) ମହାକାଶ ଐତିହ୍ୟର ପ୍ରତୀକ ଚନ୍ଦ୍ରକୁ ତାହାର ବିପଦପୂର୍ଣ୍ଣ ସ୍ଥାନ ତାଲିକାରେ ସାମିଲ କରିଛି। ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ବିଲୁପ୍ତପ୍ରାୟ ସାଂସ୍କୃତିକ ଐତିହ୍ୟ ସ୍ଥାନଗୁଡିକପ୍ରତି ଦୃଷ୍ଟି ଆକର୍ଷଣ କରାଇବା ପାଇଁ WMF ଏକ ତାଲିକା ପ୍ରକାଶ କରିଥାଏ। ଚଳିତବର୍ଷ ଏହି ତାଲିକାରେ ସ୍ଥାନ ପାଇଥିବା ଭାରତର ମୂଷିନଦୀ ତଟସ୍ଥ କୋଠାବାଡି, ଗାଜାର ଫେବ୍ରିକ୍‌ ଗୃହ ଓ ପର୍ତ୍ତୁଗାଲର ଆଶ୍ରମ ସମେତ ବିଶ୍ୱର ୨୫ଟି ସ୍ଥାନ ମଧ୍ୟରେ ଏକମାତ୍ର ମହାକାଶୀୟ ସ୍ଥଳ ତଥା ଆମର ଏକମାତ୍ର ଉପଗ୍ରହ ଚନ୍ଦ୍ର ମଧ୍ୟ ସ୍ଥାନ ପାଇଛି।

WMF ଦର୍ଶାଇଛି ଯେ, ମହାକାଶ ଅନୁସନ୍ଧାନର ଏକ ନୂତନ ଯୁଗ ଆରମ୍ଭ ହେବା ସହିତ ପ୍ରାରମ୍ଭିକ ଚନ୍ଦ୍ର ଅବତରଣର ଭୌତିକ ଅବଶେଷ ଆଜି ବିପଦରେ ପଡିଛି, ଯାହା ସାମୂହିକ ମାନବ ସଫଳତାର ଏହି ସ୍ଥାୟୀ ପ୍ରତୀକଗୁଡିକୁ ବିନିଷ୍ଟ କରିଦେଇପାରେ। ମହାକାଶ ଦୌଡରେ ସାମିଲ ଥିବା ବିଭିନ୍ନ ଦେଶର ଧନୀକ ଗୋଷ୍ଠୀ ଓ ସରକାରଙ୍କ ମଧ୍ୟରେ ମହାକାଶ ଯାତ୍ରା ପାଇଁ ବଢୁଥିବା ଆଗ୍ରହ ସହିତ ଚନ୍ଦ୍ରପୃଷ୍ଠରେ ମାନବ ଅବଶେଷ ପରିବେଶରେ ଗମ୍ଭୀର କ୍ଷତି ପହଞ୍ଚାଇପାରେ।

ଚନ୍ଦ୍ରପୃଷ୍ଠରେ ମହାକାଶ ଯାନ ଆପୋଲୋ ୧୧ ଅବତରଣ କରିଥିବା ତଥା ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ ପ୍ରଥମେ ପାଦ ଥାପିଥିବା ପ୍ରଶାନ୍ତ ସ୍ଥଳ ସମେତ ୯୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ କ୍ଷତିଗ୍ରସ୍ତ ହୋଇପାରେ ବୋଲି WMF ସତର୍କ କରାଇଦେଇଛି। ଆଗାମୀ ମହାକାଶ ଅଭିଯାନ ଓ ଘରୋଇ ଚନ୍ଦ୍ର ଅନୁସନ୍ଧାନଗୁଡିକରେ ହେବାକୁ ଥିବା ଶୋଷଣମୂଳକ ପରିଦର୍ଶନ, ସ୍ମୃତିକରଣ ଓ ଲୁଣ୍ଠନ ଆଦି ଶେଷରେ ଏହି ପ୍ରାକୃତିକ ଅନନ୍ୟ ସାଂସ୍କୃତିକ ଐତିହ୍ୟର କ୍ଷତି ପହଞ୍ଚାଇପାରେଷ କଳାକୃତିକୁ ଅପସାରଣ କରିପାରେ ଏବଂ ଚନ୍ଦ୍ରପୃଷ୍ଠରୁ ପ୍ରସିଦ୍ଧ ଚିହ୍ନ ଓ ଭୂମିରୂପକୁ ସବୁଦିନ ପାଇଁ ଲିଭାଇଦେଇପାରେ ବୋଲି WMF ଆଶଙ୍କା ପ୍ରକଟ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.