ଭୁବନେଶ୍ବର,୩/୯ : ରାଜଧାନୀସ୍ଥିତ ଶିଖରଚଣ୍ଡୀ ନିକଟ ବୈଷ୍ଣବୀ ପାଲେସ୍ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ। ଚତୁର୍ଥ ମହଲାରେ ନିଆଁ ଲାଗିଛି । ନିଆଁ ଲାଗିବା ଫଳରେ ସବୁ ଜିନିଷ ଜଳି ଯାଇଛି । ଏହି ନିଆଁ ଚତୁର୍ଥରେ ଲାଗି ତୃତୀୟ ମହଲାକୁ ବ୍ୟାପିବାରେ ଲାଗିଛି ।

ଖବରପାଇ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଚଳାଇଛି । ଝରକା ଭାଙ୍ଗି ନିଆଁ ଲିଭାଇବାକୁ ଚେଷ୍ଟା କରାଯାଉଛି । ସେଠାରେ ଗ୍ୟାସ ସିଲିଣ୍ଡର ଥିବାରୁ ସମସ୍ତେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି । ସେହିଭଳି ଘଟଣାସ୍ଥଳରେ ଇନ୍ଫୋସିଟି ଥାନା ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି।