ତିଳେଶ୍ୱର,୩/୯ : ହରଭଙ୍ଗା ବ୍ଲକ କୁଶଙ୍ଗସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରାବାସରୁ ବୁଧବାର ସକାଳୁ ୩ଜଣ ଅନ୍ତେନୀବାସୀ ହଷ୍ଟେଲରୁ ଲୁଚି ପଳେଇଥିବା ଜଣାପଡ଼ିଛି । ସେମାନେ ଯିବାବେଳେ ସାଙ୍ଗରେ ନିଜର ଆସବାବପତ୍ର ବ୍ୟାଗ ନେଇ ସାଙ୍ଗରେ ନେଇଯାଇଛନ୍ତି । ହଷ୍ଟେଲରୁ ୩କିମି ଦୂରରେ କୁଶଙ୍ଗ-ତଳଗାଁ ରାସ୍ତାର ପନ୍ଥେଇ ନିକଟରେ ଏକ ପୋଲ ଉପରେ ବସିଥିବା ଜଣେ ସ୍ଥାନୀୟ ଯୁବକ ଦେଖି ସେମାନଙ୍କ ଫୋଟ ଉତ୍ତଳନ କରିବା ସହ ସେମାନଙ୍କ ଠିକଣା ପଚାରିଥିଲେ ।
ଏହାପରେ ଛାତ୍ରମାନେ ନିଜ ଘରକୁ ଯାଉଥିବା କହି ତଳଗାଁ ଗ୍ରାମ ପଟକୁ ଚାଲି ଚାଲି ଯାଇଥିଲେ । ଏ ନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୂର୍ଯ୍ୟନାରାୟଣ ବେହେରାଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଅଜଣାଥିବା କହିବା ସହ ସ୍କୁଲ କର୍ତ୍ତୃପକ୍ଷ ଘଟଣାକୁ ଅସ୍ବୀକାର କରିଥିବା କହିଥିଲେ । ଛାତ୍ରମାନଙ୍କର ଘର ଯାବର, ସାତଖଣ୍ଡ ଓ ତଳଗାଁର ବୋଲି ଜଣାପଡ଼ିଥିବାବେଳେ ସେମାନେ ଘରକୁ ଯାଇଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି। କିପରି ବିନା ଅନୁମତିରେ ବିଦ୍ୟାଳୟ କର୍ତ୍ତୃପକ୍ଷ ନ ଜାଣି ଦିନ ୧୧ଟା ସମୟରେ ୩ଜଣ ଛାତ୍ର ନିଜ ଆସବାବପତ୍ର ଧରି ହଷ୍ଟେଲରୁ ପଳାଇ ଆସିଲେ ଏହାର ତଦନ୍ତ ହେବା ସହ ସ୍କୁଲ କର୍ତ୍ତୃପକ୍ଷ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି ହେଉଛି l