ବ୍ରହ୍ମପୁର, ୨।୯: ବ୍ରହ୍ମପୁର ପୁଲିସ ପକ୍ଷରୁ ସହରରେ ଶିକ୍ଷାନୁଷ୍ଠାନ ନିକଟରେ ଥିବା ଦୋକାନ ଗୁଡିକରେ ଚଢ଼ଉ କରାଯାଇଛି। ଶିକ୍ଷାନୁଷ୍ଠାନ ଠାରୁ ଶହେ ମିଟର ଦୂର ମଧ୍ୟରେ ଥିବା ସମସ୍ତ ଦୋକାନକୁ ଯାଞ୍ଚ କରାଯାଇଛି।
ସିଗାରେଟ ଓ ଟବାକୋ ସାମଗ୍ରୀ ବିକ୍ରୀ କରୁଥିବା ୪୪ ଦୋକାନୀଙ୍କୁ ପୋଲିସ ଟିମ୍ ଠାବ କରିଛି। ବଡବଜାର, ବୈଦ୍ୟନାଥପୁର, ଟାଉନ ଓ ଗୋସାଇଁନୂଆଗାଁ ଥାନାରେ ୧୧ ଲେଖାଏଁ ମାମଲା ପୁଲିସ ରୁଜୁ କରିଛି। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସପି ଡ଼ା ସରବଣା ବିବେକ ଏମ ସୂଚନା ଦେଇଛନ୍ତି।