​​​​​​​ମାଲକାନଗିରି,୨୧/୯ (ଆପ୍ର ) ମାଲକାନଗିରି ଜିଲ୍ଲା ସଦର ମହାକୁମାସ୍ଥ ଦୈନିକ ବଜାର ଯିବା ରାସ୍ତାରେ ପାର୍କିଙ୍ଗ ବ୍ୟବସ୍ଥା କରିବାକୁ ଦାବି। ଏ ନେଇ ସୁବାଷ ବୋ ଛକ ଓ ଦୈନିକ  ବଜାରର ସମସ୍ତ ବ୍ୟବସାୟୀମାନେ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ଜଣାଇଛନ୍ତି।

ଏହି ସ୍ଥାନଟି ସବୁବେଳେ ଜନଗହଳି ହୋଇଥାଏ ରାସ୍ତା କଡ଼ରେ ଦୁଇ ଚକିଆ ଓ ଚାରିଛକିଆ ଯାନ ରଖିଦେଉଥିବାରୁ ଯାନ ବାହନ ଚଳପ୍ରଚଳ ସହିତ ଯାତାୟତ ରେ ଅସୁବିଧା ହୋଇଥାଏ ସୁବାଷ ବୋ ଛକ ଠାରୁ ଉପ-ଜିଲ୍ଲାପାଳଙ୍କ             କାର୍ଯ୍ୟାଳୟ ପର୍ଯ୍ୟନ୍ତ ଓ ସୁବାଷ ବୋ ଛକ ଠାରୁ ମୂଖ୍ୟ ଡାକଘର  ପର୍ଯ୍ୟନ୍ତ ସକାଳୁ ରାତି ପର୍ଯ୍ୟନ୍ତ ସବୁ ସମୟରେ ଟ୍ରାଫିକ ସମସ୍ୟା ଦେଖା ଯାଉଛି । ବିଭିନ୍ନ ଦୁଇଚକିଆ ଯାନ ଓ ଚାରିଚକିଆ ଯାନ ଗୁଡିକ ବିଭିନ୍ନ ଦୋକାନ ସମ୍ମୁଖରେ ରଖି ଗାଡି ଚାଳକ ସେଠାରୁ ଚାଲି ଯାଉଥିବା ବେଳେ ଅନ୍ୟ ଗ୍ରାହକ ମାନେ ଦୋକାନକୁ ଆସିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାଫଳରେ ବ୍ୟବସାୟରେ ବାଧାପ୍ରାପ୍ତ ହେଉଅଛି । ଏଥିସହ ସୁବାଷ ବୋ ଛକ ଠାରୁ ପୋଷ୍ଟ ଅଫିସ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଉପରେ ବଡବଡ ଟ୍ରକ ଗୁଡିକ ଛିଡା ହେଉଥିବାରୁ ମଧ୍ୟ ଟ୍ରାଫିକ ସମସ୍ୟା ଦେଖା ଦେଉଛି । ବିଶେଷ କରି ଏହି ବଡ ବଡ ଟ୍ରକ ଗୁଡିକ ଅନଲୋଡ କରିବା ନିମନ୍ତେ ସ୍ବତନ୍ତ୍ର ପାର୍କିଙ୍ଗ ସ୍ଥାନ ନଥିବାରୁ ବାଧ୍ୟ ହୋଇ ରାସ୍ତା ଉପରେ ଛିଡା କରି ଅନଲୋଡ କରିବାକୁ ପଢ଼ୁଛି । ସୁବାଷ ବୋଛକ ଠାରୁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ପୋଷ୍ଟ ଅଫିସ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଟ୍ରାଫିକ ସମସ୍ୟାର ସମାଧାନ ନିମନ୍ତେ ଏକ ସ୍ବତନ୍ତ୍ର ପାର୍କିଙ୍ଗ ସ୍ଥାନ ନିର୍ମାଣ କରି ସେଠାରେ ସମସ୍ତ ଗାଡି ପାର୍କିଙ୍ଗ କରିବା ନିମ ମନ୍ତେ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସୁବାଷ ବୋଷ ଛକ ନିକଟ ଓ ଦୈନିକ ଗାନ୍ଧି ବଜାରର ସମସ୍ତ ବ୍ୟବସାୟୀ ନିର୍ବାହୀ ଅଧିକାରୀଙ୍କୁ ଲେଖି ଜଣାଇଛନ୍ତି।