ବେଙ୍ଗାଲୁରୁ,୦୪/୧୧: ସମ୍ପ୍ରତି  ଆଫାଗାନିସ୍ତାନ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ କରୁଥିବା ଜନାଥନ  ଟ୍ରଟ୍‌ଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ।  ଆସନ୍ତା ବର୍ଷ ହେବାକୁ ଥିବା ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ ପରେ ସେ କୋଚ୍‌ ପଦରୁ   ।

ସେ ୨୦୨୨ ଜୁଲାଇ  ମାସରେ କୋଚ୍‌ ଭାବେ କାର୍ଯ୍ୟ ଆରମ୍ଭ  କରିଥିଲେ । ପ୍ରଥମେ ତାଙ୍କୁ ୧୮ମାସ ପାଇଁ  ଚୁକ୍ତି କରାଯାଇଥିଲା । ତାଙ୍କ ପ୍ରଶିକ୍ଷଣରେ  ଆଫଗାନିସ୍ତାନ ସୀମିତ ଓଭର କ୍ରିକେଟ୍‌ରେ  ଏକ ଶକ୍ତିଶାଳୀ ଦଳ ରୂପେ ଉଭା  ହୋଇଥିଲା । ଦଳର ସଫଳତା ପରେ  ଆଉ ୧୨ମାସ ପାଇଁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି  କରାଯାଇଥିଲା । ଚଳିତ ବର୍ଷ ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଥିଲା । ଆସନ୍ତା  ବର୍ଷ ଜାନୁଆରୀ ୭ତାରିଖରୁ ବିଶ୍ୱକପ୍‌  ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ  ହେବ । ଏଥର ଭାରତ ଓ ଶ୍ରୀଲଙ୍କା ମିଳିତ  ଭାବେ ବିଶ୍ୱକପ୍‌ ଆୟୋଜନ କରିବେ।