ରାଉରକେଲା,୩୦/୦୬: ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବରାମୂଷା ନିକଟରେ ସୋମବାର ସକାଳେ ବିପିଏଲ ଚାଉଳ ନେଇ ଯାଉଥିବା ଟ୍ରକ୍‌ଟି ଓଲଟି ପଡ଼ିଛି । ଫଳରେ ପାଣିରେ ପଡ଼ି ଚାଉଳ ଭିଜି ଯାଇଛି। ସୌଭାଗ୍ୟବଶତଃ ଚାଳକଙ୍କର କୌଣସି କ୍ଷତି ହୋଇନାହିଁ।

ସୂଚନା ମୁତାବକ, ବଣାଇର ଗମଲେଇ ନିକଟରେ ଥିବା ଏକ ରାଇସ ମିଲରୁ ପ୍ରାୟ ୩୦ ଟନ୍‌ ଚାଉଳ ଧରି ଏକ ଟ୍ରକ୍‌ ଆସୁଥିଲା।  ପାଣ୍ଡିରୀ ଶିଳା ନିକଟରେ ଏକ ପୋଲ ପାଖରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଚାଉଳ ସବୁ ପାଣିରେ ପଡ଼ି ଯାଇଥିଲା। ପରେ ପାଣିରୁ ଚାଉଳ ବସ୍ତା ବାହାର କରାଯାଇ ଅନ୍ୟ ଏକ ଟ୍ରକ୍‌ରେ ସ୍ଥାନାନ୍ତରିତ କରାଯାଇଥିଲା। ଉକ୍ତ ଜାଗାରେ ଏକ ନୂତନ ବ୍ରିଜ୍‌ ହେଉଥିବା ବେଳେ ଆପ୍ରୋଚ୍ ରୋଡ୍‌ ଦେଇ ଟ୍ରକ୍‌ ଯାଉଥିବା ବେଳେ ବର୍ଷା ଯୋଗୁ ରାସ୍ତାଟି ଦବି ଯାଇଛି । ଫଳରେ ଏଭଳି ଦୁର୍ଘଟଣା ଘଟିଲା।