ନୂଆଦିଲ୍ଲୀ,୧୧/୧୦: ନୋବେଲ ଶାନ୍ତି ପୁରସ୍କାର ପାଇବେ ବୋଲି କେଡେ ଆଶା କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବାରମ୍ବାର ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧବିରାମ କରି ଶାନ୍ତି ପ୍ରତିଷ୍ଠା କରିଥିବା କହୁଥିଲେ । ହେଲେ ଟ୍ରମ୍ପ ଆଶା ଆଶାରେ ରହିଗଲା । ଯାହାକୁ ନେଇ ହତାଶ ହୋଇଛନ୍ତି ଟ୍ରମ୍ପ । ବହୁ ପ୍ରତୀକ୍ଷିତ ନୋବେଲ ଶାନ୍ତି ପୁରସ୍କାର ପାଇଁ ଭେନେଜୁଏଲାର 'ଆଇରନ୍ ଲେଡି' ମାରିଆ କୋରିନା ମାସାଡୋଙ୍କୁ ମନୋନୀତ କରାଯାଇଛି । ଫଳରେ ଆଶା ବାନ୍ଧିଥିବା ଟ୍ରମ୍ପ ନିରାଶ ହୋଇଛନ୍ତି । ନୋବେଲ ନମିଳିବା ପରେ ଟ୍ରମ୍ପଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, ମୁଁ ପ୍ରକୃତ ହକଦାର । ନୋବେଲ ଶାନ୍ତି ପୁରସ୍କାର ବିଜେତା ମାରିଆ ବି ଏହା ସ୍ୱୀକାର କରିଛନ୍ତି ।
#WATCH अमेरिकी राष्ट्रपति डोनाल्ड ट्रम्प ने कहा, "जिस व्यक्ति को नोबेल पुरस्कार मिला है, उसने आज मुझे फ़ोन किया और कहा, 'मैं इसे आपके सम्मान में स्वीकार कर रहा हूं क्योंकि आप सचमुच इसके हकदार थे'... हालांकि, मैंने यह नहीं कहा, 'मुझे दे दो'। मुझे लगता है कि उन्होंने ऐसा किया… pic.twitter.com/XyldjywuFZ
— ANI_HindiNews (@AHindinews) October 10, 2025
ନୋବେଲ ନମିଳିବାରୁ ନିରାଶ ଥିବା ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ''ବାସ୍ତବରେ ଯାହାଙ୍କୁ ନୋବେଲ ମିଳିଛି ମାରିଆ କୋରିନା ମୋତ ଫୋନ୍ କରିଥିଲେ । ସେ ଏହି ପୁକସ୍କାରକୁ ମୋ ସମ୍ମାନରେ ସ୍ୱୀକାର କରିଥିବା କହିଛନ୍ତି । ଏହାର ପ୍ରକୃତ ହକ୍ଦାର ମୁଁ ବୋଲି କହିଛନ୍ତି । ଏହା ବହୁତ ଭଲ କଥା । ମୁଁ ତାଙ୍କୁ କହିନାହିଁ କି ଏହା ମୋତେ ଦେଇଦିଅ । ମୁଁ ତାଙ୍କୁ ସବୁପ୍ରକାର ସାହାଯ୍ୟ କରିଥିବାରୁ ସେ ଏପରି କରିଛନ୍ତି । ମୁଁ ଖୁସି ଅଛି କାରଣ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇଛି । ଭେନେଜୁଏଲା ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ବୃଦ୍ଧି କରିବା ନେଇ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯାଇଛି ।''
ଭେନେଜୁଏଲାରେ ଗଣତନ୍ତ୍ର ସ୍ଥାପନ ଏବଂ ଲୋକଙ୍କୁ ଗଣତାନ୍ତ୍ରିକ ଅଧିକାର ଲାଗି ଲଗାତର ୨୦ ବର୍ଷ ଧରି ସଂଘର୍ଷ ଜାରି ରଖିଥିବା ମାରିଆଙ୍କ ନାଁ ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି । ତାଙ୍କୁ ଭେନେଜୁଏଲାର ‘ଆଇରନ ଲେଡି’ କୁହାଯାଏ । ନୋବେଲ ଜିତିବା ପରେ ମାରିଆଙ୍କ ପକ୍ଷରୁ ଏକ ଭିଡିଓ ବାର୍ତ୍ତା ଜାରି ହୋଇଥିଲା । ଶାନ୍ତିରେ ନୋବେଲ ପାଇବା ଖବର ଶୁଣିବା ପରେ ସେ ଚକିତ ହୋଇଯାଇଥିବା କହିଥିଲେ । ଏଥିସହ ମାରିଆ ଏକ୍ସରେ ଏକ ପୋଷ୍ଟ କରି ଟ୍ରମ୍ପ୍ଙ୍କୁ ଶ୍ରେୟ ଦେବା କଥା ସଭିଁଙ୍କୁ ଚକିତ କରିଥିଲା । ''ଏହି ସମ୍ମାନ ସମସ୍ତ ଭେନେଜୁଏଲାବାସୀଙ୍କ ସଂଘର୍ଷର ପରିଚୟ, ଯେଉଁମାନେ ସ୍ୱାଧୀନତାର ସଂଗ୍ରାମରେ ସାଥୀରେ ଛିଡ଼ା ହୋଇଛନ୍ତି । ଏହା ଆମକୁ ଆମର ଶେଷ ଲକ୍ଷ୍ୟ ‘ସ୍ୱାଧୀନତା ହାସଲ’ ପର୍ଯ୍ୟନ୍ତ ପହଞ୍ଚିବାକୁ ବଳ ଦେବ । ମୁଁ ଏହି ନୋବେଲ ପୁରସ୍କାର ଭେନେଜୁଏଲା ପୀଡ଼ିତ ଏବଂ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କୁ ସମର୍ପିତ କରୁଛି ବୋଲି କହିଥିଲେ ମାରିଆ ।''