ରାଉରକେଲା,୧୦/୧୦: ଝାଡ଼ଖଣ୍ଡ ପୁଲିସ୍‌ର ମୋଷ୍ଟୱାଣ୍ଟେଡ୍‌  ତାଲିକାଭୁକ୍ତ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ରାଉରକେଲା ଷ୍ଟେସନରୁ  ଗିରଫ କରାଯାଇଛି । ସେମାନେ ହେଲେ ଅବଦେଶ କୁମାର (୨୬)  ଓ ଉପେନ୍ଦ୍ର ଯାଦବ (୨୪) । ଆର୍‌ପିଏଫ୍‌ ପକ୍ଷରୁ ଉଭୟଙ୍କୁ ଝାଡ଼ଖଣ୍ଡ  ପୁଲିସ୍‌କୁ ଆରପିଏଫ୍‌ ହସ୍ତାନ୍ତର କରାଯାଇଛି ।

ଗୁରୁବାର ଅପରାହ୍ଣରେ  ପ୍ଲାଟ୍‌ ଫର୍ମ ନଂ.୧ରେ ଅବଦେଶ ଓ ଉପେନ୍ଦ୍ର ସନ୍ଦେହଜନକ ଅବସ୍ଥାରେ  ବୁଲୁଥିବା ବେଳେ ଷ୍ଟେସନରେ ଡ୍ୟୁଟିରେ ଆରପିଏଫ୍‌ ଯବାନଙ୍କ  ନଜରକୁ ଆସିଥିଲେ । ସେମାନଙ୍କୁ ଧରି ଷ୍ଟେସନ ପରିସରରେ ଥିବା  ଆରପିଏଫ୍‌ ଥାନାକୁ ନେଇ ଜେରା ବେଳେ ଗୁମର ଖୋଲିଥିଲା । ସୂଚନା ପାଇ ରାଉରକେଲା ପୁଲିସ୍‌ ପହଞ୍ଚି ପଚରାଉଚରା କରିଥିଲା । ଝାଡ଼ଖଣ୍ଡରେ ଏ ଦୁହେଁ ସକ୍ରିୟ ଥିଲେ । ସେଠାକାର ବିଭିନ୍ନ ଥାନାରେ  ଏମାନଙ୍କ ନାମରେ ହତ୍ୟା,  ଲୁଟ୍‌, ଦାଦାବଟି ଆଦାୟ ଭଳି  ସଙ୍ଗିନ ମାମଲା ରହିଛି ।  ଝାଡ଼ଖଣ୍ଡ ଲାତେହାର ଜିଲ୍ଲାର  ଚାନ୍ଦୱା ଥାନା ଅନ୍ତର୍ଗତ ଟୋରି  ରେଳ ଷ୍ଟେସନ ନିକଟ କୋଇଲା ସାଇଡିଂରେ ନିକଟରେ ହୋଇଥିବା  ଗୁଳିକାଣ୍ଡ ମାମଲାରେ ଏମାନଙ୍କ ସମ୍ପୃକ୍ତି ଥିଲା ।