ପାପଡାହାଣ୍ଡି, ୨/୯ : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା ୨୬ନଂ ଜାତୀୟ ରାଜପଥ ଝିଟୁକୁଗୁଡା ବୁଲାଣି ନିକଟରେ ଦୁର୍ଘଟଣା ଘଟିଛି। ଦୁଇ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁଇ କାର୍କୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ମନୋରଞ୍ଜନ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି କାର୍ ଯୋଗେ ସେମିଳିଗୁଡା ଠାରୁ କଳାହାଣ୍ଡି ଜୟପାଟଣା ଯାଉଥିବା ସମୟରେ ବିପରୀତ ଦିଗରୁ ଆଉ କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଉକ୍ତ କାର୍ରେ ୩ ଜଣ ବ୍ୟକ୍ତି ନବରଙ୍ଗପୁର ଯାଉଥିଲେ। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ପାପଡ଼ାହାଣ୍ଡି ମେଡିକାଲକୁ ପଠାଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଗୁରୁତରଙ୍କୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁଇ କାର୍କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏହି ସ୍ଥାନରେ ଆଗରୁ ଅନେକ ଥର ଦୁର୍ଘଟଣା ଘଟିଛି। ତେଣୁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରିବାକୁ ସର୍ବସାଧାରଣରେ ଦାବି ହୋଇଛି।