ଭୁବନେଶ୍ୱର ୩୦/୦୯: କେନ୍ଦ୍ରୀୟ ଡେପୁଟେସନରେ ଗଲେ ଓଡ଼ିଶା କ୍ୟାଡର୍ର ଦୁଇ ଆଇଏଏସ୍ ଅଧିକାରୀ । ୨୦୧୧ ଓଡ଼ିଶା କ୍ୟାଡର୍ର ଆଇଏଏସ୍ ଅଧିକାରୀ ସମର୍ଥ ବର୍ମା କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ଏ ନେଇ ଭାରତ ସରକାରଙ୍କ କାର୍ମିକ ବିଭାଗ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠିରେ ସୂଚନା ଦିଆଯାଇଛି । ଶ୍ରୀ ବର୍ମାଙ୍କୁ ୫ ବର୍ଷ ପାଇଁ ଏହି ନିଯୁକ୍ତି ମିଳିଥିବା ବେଳେ ଅନ୍ୟାଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ନିର୍ବାହ କରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି । ସେହିପରି ୨୦୧୪ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସ୍ୱଧା ଦେବ ସିଂଙ୍କୁ କେନ୍ଦ୍ରରେ ଜନଗଣନା ଅଭିଯାନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି ।