ନୂଆଦିଲ୍ଲୀ, ୧୭/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ୭୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହା  ପୂର୍ବରୁ ମଙ୍ଗଳବାର ତାଙ୍କୁ ଟେଲିଫୋନ୍‌ କରି ଆଗୁଆ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।  ନିଜ ସୋସିଆଲ ମିଡିଆ ଟ୍ରୁଥ୍‌ରେ ଟ୍ରମ୍ପ  ଏହି ସୂଚନା ଦେଇଛନ୍ତି । ଟାରିଫ ବିବାଦ ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଟେଲିଫୋନ୍‌ କଥାବାର୍ତ୍ତା ହୋଇଥିଲେ। ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଟ୍ରମ୍ପ  ଲେଖିଛନ୍ତି ଏବେ ଏବେ ମୋର ବନ୍ଧୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍‌ରେ ଭଲ କଥାବାର୍ତ୍ତା ହୋଇଛି । ମୁଁ  ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛି ।  ସେ ବହୁତ ଭଲ କାମ କରୁଛନ୍ତି । ରୁଷ  ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମାପ୍ତ  କରିବାରେ ଆପଣଙ୍କ ସହଯୋଗ  ପାଇଁ ଧନ୍ୟବାଦ । ଟ୍ରମ୍ପଙ୍କ ପୋଷ୍ଟ ପରେ  ମୋଦି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ସୋସିଆଲ ମିଡିଆ ଏକ୍ସରେ ମୋଦି  ଲେଖିଛନ୍ତି ମୋର ବନ୍ଧୁ, ରାଷ୍ଟ୍ରପତି  ଟ୍ରମ୍ପ, ୭୫ତମ ଜନ୍ମଦିନ ଉପଲକ୍ଷେ  ଆପଣଙ୍କ ଫୋନ୍‌କଲ ଓ ବଧାଇ ପାଇଁ  ଧନ୍ୟବାଦ । ଆପଣଙ୍କ ଭଳି ମୁଁ ମଧ୍ୟ  ଭାରତ-ଆମେରିକା ମଧ୍ୟରେ ବ୍ୟାପକ  ଓ ବୈଶ୍ୱିକ ଭାଗିଦାରୀକୁ ନୂଆ  ଶିଖରକୁ ନେବା ପାଇଁ ସମ୍ପୂର୍ଣ୍ଣ ଭାବେ  ପ୍ରତିବଦ୍ଧ । ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ  ସମାଧାନ ଦିଗରେ ଆପଣଙ୍କ  ଉଦ୍ୟମକୁ ସମର୍ଥନ କରୁଛି।