ଆନନ୍ଦପୁର, ୨୩/୯ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପ-କାରାଗାରରେ ବିଚାରାଧିନ କଏଦୀଙ୍କ ମୃତ୍ୟୁ। ମୃତକ ହେଲେ ଅଭି ମଣ୍ଡା। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। 

ସୂଚନାନୁଯାୟୀ, ଅଭି ମଣ୍ଡା ଏକ ହତ୍ୟାକାଣ୍ଡ ମାମଲାରେ ସେ ୨୦୨୪ ମସିହା ମାର୍ଚ୍ଚ ୨୪ ତାରିଖରୁ ଆନନ୍ଦପୁର ଉପ-କାରାଗାରରେ ବିଚାରାଧିନ କଏଦୀ ଭାବରେ ଥିଲେ।  ମଙ୍ଗଳବାର ସକାଳେ ଅଭି ମଣ୍ଡାଙ୍କର ଛାତିରେ ଯନ୍ତ୍ରଣା ହେବା ସହ ବାନ୍ତି ହୋଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଜେଲ କର୍ତ୍ତୃପକ୍ଷ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଅଭିଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଉଛି।