ନୂଆଦିଲ୍ଲୀ,୧୧/୧୦: ଚୀନରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଖବର ସାମ୍ନାକୁ ଆସିଛି । ଜଣେ ୮୨ ବର୍ଷୀୟ ବୃଦ୍ଧା ଜିଅନ୍ତା ବେଙ୍ଗ ଖାଇଛନ୍ତି । ଗୋଟିଏ କି ଦୁଇଟି ନୁହେଁ ୮ଟି ଜିଅନ୍ତା ବେଙ୍ଗ ଗିଳିଛନ୍ତି ବୃଦ୍ଧା ଜଣକ । ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ଡାକ୍ତରଖାନା ପହଞ୍ଚିଥିଲେ । ଯାହାକୁ ଦେଖି ଡାକ୍ତରଙ୍କ ହୋସ୍ ଉଡିଯାଇଛି । ତେବେ ମହିଳା ଜଣକ କାହିଁକି ବେଙ୍ଗ ଗିଳିଲେ । ଜାଣିବାକୁ ପଢନ୍ତ ସମ୍ପୂର୍ଣ୍ଣ ଖବର ।
ବୃଦ୍ଧାଙ୍କର ପିଠିରେ ଯନ୍ତ୍ରଣା ହେଉଥିଲା । ଏହି ଯନ୍ତ୍ରଣାକୁ ମୁକ୍ତି ପାଇବାକୁ ସେ ଏପରି କରିଥିବା କହିଛନ୍ତି । ତାଙ୍କର ଏପରି କାର୍ଯ୍ୟ ଡାକ୍ତରଙ୍କୁ ଚକିତ କରିଛି । ସାଉଥ୍ ଚାଇନା ପୋଷ୍ଟ ମୁତାବିକ, ମହିଳା ଜଣକ ଶୁଣିଥିଲେ କି ଜିଅନ୍ତା ବେଙ୍ଗ ଖାଇଲେ ପିଠି ଯନ୍ତ୍ରଣା ଠିକ୍ ହୋଇଯାଏ । ପରିବାରର ଜଣେ ସଦସ୍ୟଙ୍କୁ ଜିଅନ୍ତା ବେଙ୍ଗ ଆଣିବାକୁ କହିଥିଲେ । ହେଲେ ବେଙ୍ଗକୁ ନେଇ ସେ କଣ କରିବେ କିଛି କହିନଥିଲେ । ଘର ଲୋକ ଜଣ ବେଙ୍ଗ ଏକାଠୀ କରି ତାଙ୍କୁ ଦେଇଥିଲେ । ଛୋଟ ନୁହେଁ ବଡ଼ ବଡ଼ ବେଙ୍ଗ ଥିଲେ । ମହିଳା ଜଣଙ୍କ ଦିନକରେ ୩ଟି ବେଙ୍ଗ ଗୋଟିଏ ପରେ ଗୋଟିଏ ଗିଳିଦେଲେ । ଏହାପରଦିନ ବାକି ୫ଟି ବେଙ୍ଗ ଗିଳିଥିଲେ । ଏହାପରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ସେ ଠିକ୍ରେ ଚାଲିବାକୁ ସକ୍ଷମ ନଥିଲେ । ତାଙ୍କ ପୁଅ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଏବେ ବୃଦ୍ଧା ଜଣଙ୍କ ହାଙ୍ଗଜୌର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୁଇସପ୍ତାହ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି କହିଛନ୍ତି ଡାକ୍ତର ।
ଆମେ ଏପରି ଖବର ପ୍ରକାଶ କରିବାର ଅର୍ଥ ଆପଣଙ୍କୁ ଭୟଭୀତ କରିବା ନୁହେଁ । ସ୍ୱାସ୍ଥ୍ୟ ସମସ୍ୟା ଦିଗରେ ସତର୍କ-ସଚେତନ କରିବା । ଯଦି ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିଛି ତେବେ ଏପରି ଅଜବ କାର୍ଯ୍ୟ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।