ହାଙ୍ଗଝୌ,୦୫/୦୯: ଆଜିଠୁ ଚୀନର  ହାଙ୍ଗଝୌରେ ଆରମ୍ଭ ହେବ ମହିଳା ଏସିଆ କପ୍‌  ହକି । ଉଦ୍‌ଘାଟନୀ ଦିବସରେ ଉଭୟ  ପୁଲ ଏ’ ଓ ବି’ରେ ୨ଟି ଲେଖାଏଁ ମ୍ୟାଚ ଖେଳାଯିବ । ଭାରତ ପୁଲ ବି’ରେ ଜାପାନ, ଥାଇଲାଣ୍ଡ ଓ ସିଙ୍ଗାପୁର ସହ ରହିଛି ।  ପ୍ରଥମ ମ୍ୟାଚରେ ଭାରତ  ଥାଇଲାଣ୍ଡକୁ ଭେଟିବ । ପୁଣି ୬ରେ  ଜାପାନ ଓ ୮ରେ ସିଙ୍ଗାପୁରକୁ ଭେଟିବ ।

ଏହାପରେ ଉଭୟ ଗ୍ରୁପ୍‌ରୁ ଶ୍ରେଷ୍ଠ ୪ ଦଳ  ସୁପର-୪କୁ ଉନ୍ନୀତ ହେବେ । ଏହି  ପର୍ଯ୍ୟାୟ ୧୦ ତାରିଖରୁ ଆରମ୍ଭ ହେବ । ୨୦୨୨ ସଂସ୍କରରେ ଜାପାନ ଚାମ୍ପିଅନ,  ଦକ୍ଷିଣ କୋରିଆ ରନର୍ସଅପ୍‌ ଏବଂ ଭାରତ ତୃତୀୟ ସ୍ଥାନ ହାସଲ କରିଥିଲା । ଏଥର ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରି  ଟାଇଟଲ ଜିତିବ ବୋଲି ଆଶା ରହିଛି ।