ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

୬ ଦଫା ଦାବି ନେଇ ଧରଣା ଦେଇଥିଲେ ଶ୍ରମିକ, ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ

Published By : Harapriya Sethi | May 2, 2025 9:58 AM

ଭୁବନେଶ୍ୱର, ୦୨/୦୫: ଆଠଗଡ଼ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମତ୍ସ୍ୟପୁର ବ୍ଲୁମ୍ କ୍ରାଫ୍ଟସ୍‌ କମ୍ପାନୀ ଆଗରେ ୬ ଦଫା ଦାବି ନେଇ ଶ୍ରମିକ ମାନଙ୍କର ଧାରଣା ଘଟଣ। । ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ। ଘଟଣା ସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଘଟଣା ସ୍ଥଳରେ ପ୍ରଶାସନ ସହିତ ପୋଲିସ ଫୋର୍ସ ମୁତୟନ ।

ସୂଚନ ମୁତାବକ, ଆଠଗଡ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମତ୍ସପୁର ଗାଁରେ ଥିବା ବ୍ଲୁମ କ୍ରାଫ୍ଟ ମଦ କାରଖାନା ଆଗରେ କମ୍ପାନୀର ଶ୍ରମିକ ମାନେ ଗେଟରେ ତାଲା ପକାଇଛନ୍ତି । କମ୍ପାନୀରେ ସ୍ଥାୟୀ ନିଯୁକ୍ତି ସହ ୬ ଦଫା ଦାବିନେଇ ଧାରଣାରେ ୨ ଦିନ ହେବ ଧାରଣାରେ ବସିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଦୀର୍ଘଦିନ ଧରି ଶ୍ରମିକ ମାନଙ୍କୁ ଠିକାଦାର ସଂସ୍ଥା ଅଧୀନରେ ରଖି କାମ କରାଇବା ସହ ଠିକାଦାର ପରିବର୍ତ୍ତନ କରିବା ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଶ୍ରମିକ ମାନେ । ଏହା ସହ ସେମି ସ୍କେଲ ମଜୁରୀ ୫୨୦ ଟଙ୍କା ପ୍ରଦାନ, କମ୍ପାନୀ ଭିତରେ ମେଡିକାଲ ସୁବିଧା, ସୁରକ୍ଷା ବ୍ୟବସ୍ଥା ଭଳି ଦାବି ନେଇ କମ୍ପାନୀକୁ ବାରମ୍ବାର ଦାବି ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷରେ ଶ୍ରମିକ ଦିବସରେ ଧାରଣା ଦେଇ ବସିଲେ ଶ୍ରମିକମାନେ। ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ କରଯାଇନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି କହିଥିଲେ ଆନ୍ଦୋଳନକାରୀ। ସେପଟେ ଆନ୍ଦୋଳନକାରୀ ମାନଙ୍କୁ କମ୍ପାନୀ ସମ୍ମୁଖରୁ ଉଠାଇବା ପ୍ରୟାସ କରୁଥିବା ବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ଆନ୍ଦୋଳନକାରୀ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଘଟଣା ସ୍ଥଳରେ ପ୍ରଶାସନ ସହିତ ପୋଲିସ ଫୋର୍ସ ମୁତୟନ କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.