ପ୍ରମୂଖ ଖବର
  • ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ
  • ||
  • ବାଲେଶ୍ବର ଏଫ୍‌ଏମ୍‌ ଜଲେଜ ଛାତ୍ରୀ ଆତ୍ମାହୁତି ମାମଲା,ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • ଏସଆଇଆର ଲଢେଇ, ନିର୍ବାଚନ କମିଶନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିପାରେ ବିରୋଧୀ
  • ||
  • ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ଜଣେ ଡିଆରଜି ଯବାନ ସହିଦ, ୩ ଗୁରୁତର
  • ||
  • ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା,ଏକକାଳୀନ ୮ ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ମୋହନା : ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ୮ ସଦସ୍ୟ ଗୁରୁତର
  • ||
  • ତାମିଲନାଡୁ କପଡ଼ା ଶିଳ୍ପକୁ ଟ୍ରମ୍ପ ଟାରିଫ୍‌ ଝଟକା, ୨୦ ହଜାର ଫ୍ୟାକ୍ଟ୍ରିରେ ୩୦ ଲକ୍ଷ ଛଟେଇ ଆଶଙ୍କା
  • ||
  • ଏସିଆ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା, ବାବର-ରିଜୱାନ ବାଦ୍, ସେପ୍ଟେମ୍ୱର ୯ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ
  • ||
  • ବ୍ରହ୍ମପୁର : MKCG ମେଡିକାଲରେ ଅଗ୍ନିକାଣ୍ଡ, ସର୍ଟସର୍କିଟ୍‌ରୁ ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ଲାଗିଲା ନିଆଁ
  • ||
  • ନାଇଜେରିଆରେ ଭୟଙ୍କର ବୋଟ୍ ଟ୍ରାଜେଡି : ମଝି ନଈରେ ଓଲଟିଲା ବୋଟ୍, ୧୦ ଉଦ୍ଧାର ୪୦ ନିଖୋଜ
  • ||
  • ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ, ସନ୍ଧ୍ୟା ଧୂପ ପରେ ହେବ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି
  • ||
  • ମାଲକାନଗିରିକୁ ରେଡ୍ ଆଲର୍ଟ, ଆଜି ପାଇଁ ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ
  • ||
  • ସୋମବାର ଅବପାତ ରୂପ ନେବ ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ଅତି ଭୀଷଣ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ
  • ||

ବିଦ୍ୟୁତ୍ ଆଘାତରେ ଚାଲିଗଲା ଭେଣ୍ଡିଆ ପୁଅର ଜୀବନ, ଚକଜଗନ୍ନାଥପୁରଗାଁରେ ଶୋକର ଛାୟା

Published By : Manash Sahoo | August 18, 2025 2:59 PM

ଖନ୍ତାପଡ଼ା, ୧୮/୦୮: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ଚକଜଗନ୍ନାଥପୁରରେ ଅଘଟଣ । ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ । ୮ ନଂ ଓ୍ବାର୍ଡର ବଳରାମ ପ୍ରଧାନଙ୍କ ପୁଅ ସତ୍ୟଜିତ୍ ବିଦ୍ୟୁତ ଆଘାତର ଶିକାର ହୋଇଛନ୍ତି । 

ସୂଚନା ଅନୁଯାୟୀ ସତ୍ୟଜିତ୍ ଘରେ ଏକ ଇଲେକଟ୍ରିକ୍ ବୋର୍ଡ ସଜାଡୁ ଥିବା ବେଳେ ଅସାବଧାନତା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ବିଜୁଳି ଝଟକା ମାରିବାରୁ ସେ ତଳେ ପଡ଼ିଯାଇଥିଲେ । ପରିବାର ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ସତ୍ୟଜିତଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଖବର ପାଇ ଖନ୍ତାପଡ଼ା ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ପ୍ରାଥମିକ ତଦନ୍ତ ଜାରି ରଖିଛି । ପ୍ରକାଶ ଥାଉ କି ମୃତ ସତ୍ୟଜିତ୍ ହେଉଛନ୍ତି ପରିବାରର ଏକମାତ୍ର ପୁଅ। ସେ ବିଇଡି ପଢା ସାରି ନିଜ ଗ୍ରାମରେ ଏକ କୋଚିଂ ସେଣ୍ଟରରେ ଶିକ୍ଷାଦାନ କରୁଥିଲେ । ତେବେ ସତ୍ୟଜିତଙ୍କ ଏଭଳି ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.