ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ଥାନା ଜମିରେ ପ୍ରଧାନମନ୍ତ୍ରୀ ଆବାସ ଘର; ଅନୁମତି ଦେଲା କିଏ ?

Published By : Harapriya Sethi | July 31, 2025 12:13 PM

ଦାରିଙ୍ଗବାଡି,୩୧/୦୭: ଥାନା ଜମିରେ ପ୍ରଧାନମନ୍ତ୍ରୀ ଆବାସ ଘର । ବେଆଇନ ଭାବେ ପକ୍କା ଘର ନିର୍ମାଣ କଲେ ହିତାଧିକାରୀ । ଥାନା ଜମିରେ ଘର କରିବାକୁ କିଏ ଅନୁମତି ଦେଲା ତାକୁ ନେଇ ଉଠିଲା ପ୍ରଶ୍ନ ।  କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଜମି ଏହି ଘର ନିର୍ମାଣ ହୋଇଛି । ବର୍ତ୍ତମାନ ଥାନା ଜମି ଚାରିପାଖରେ ପାଚେରୀ ନିର୍ମାଣ କାର୍ଯ୍ୟ ଚାଲିଛି ।

ସୂଚନା ମୁତାବକ, ଦାରିଙ୍ଗବାଡି ଗାଁର ସୁରିଆ ମହାପାତ୍ର ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇଥିଲେ । ସରକାରୀ ନିୟମ ପ୍ରକାରେ ନିଜ ପଟା ଜମିରେ ଘର ନିର୍ମାଣ କରିବାର ନିୟମ ରହିଛି । ହେଲେ ସୁରିଆ ବେଆଇନ ଭାବେ ଥାନା ଜମିରେ ଘର କରିଛନ୍ତି । ଗୃହ ନିର୍ମାଣ ବେଳେ ଦାରିଙ୍ଗବାଡି ଥାନା ପକ୍ଷରୁ ତାଙ୍କୁ ବାରମ୍ବାର ବିରୋଧ କରାଯାଇଥିଲା । ହେଲେ ପୁଲିସ ବିଭାଗର ନିର୍ଦ୍ଦେଶକୁ ଅବମାନନା କରି ଜବରଦସ୍ତ ଗୃହ ନିର୍ମାଣ କରିଥିଲେ । ବର୍ତ୍ତମାନ ସୁରିଆଙ୍କ ପରିବାର ଉକ୍ତ ଘରେ ରହୁଥିବା ବେଳେ ଥାନା ପକ୍ଷରୁ ପାଚେରୀ ନିର୍ମାଣ କାର୍ଯ୍ୟ ଚାଲିଛି । ଯଦି ପାଚେରୀ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୁଏ ତାହାଲେ ଘରୁ ବାହାରିବା ତାଙ୍କ ପାଇଁ ଆଉ ସମ୍ଭବ ହେବ ନାହିଁ । ଦାରିଙ୍ଗବାଡି ପୁଲିସ ମନା କରିବା ସତ୍ତ୍ୱେ ଅମାନିଆ ହୋଇ ଘର ନିର୍ମାଣ କରିବା ସୁରିଆକୁ ବର୍ତ୍ତମାନ ମହାଙ୍ଗା ପଡ଼ିଛି ।  

ଅନ୍ୟପଟେ ଥାନା ଜମିରେ ଘର ନିର୍ମାଣ କରିବା ବେଳେ ବ୍ଲକ୍ ପ୍ରଶାସନ ନିଭଳି ଜାଣି ପାରିଲା ନାହିଁ ଓ ନିର୍ମାଣ କରିବା ପାଇଁ କିଏ ଓ କେଉଁଭଳି ପରିସ୍ଥିତିରେ ଅନୁମତି ଦେଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏଭଳି କି ଉକ୍ତ ଘର କାର୍ଯ୍ୟର ବିଲ୍ କିଭଳି ହେଲା, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଯଦି ବ୍ଲକ ପ୍ରଶାସନ ଏଥିପ୍ରତି ପୂର୍ବରୁ ଦୃଷ୍ଟି ଦେଇଥାନ୍ତେ, ତାହାଲେ ହୁଏତ ଆଜି ଏଭଳି ପରିସ୍ଥିତି ଉପୁଜି ନଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.