ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସରକାରୀ ଚାକିରୀ କରିନଥିବାରୁ ବାହା ହେବାକୁ ମନା କଲା ପ୍ରେମିକା, ଧୋକା ସହି ନ ପାରି ଆତ୍ମହତ୍ୟା କଲେ ଯୁବକ

Published By : Anindita Ratha | April 29, 2025 1:49 PM

ଭୁବନେଶ୍ବର,୨୯/୦୪: ପ୍ରେମ ପାଇଁ ଜୀବନ ହାରିଲେ ଯୁବକ । ସରକାରୀ ଚାକିରୀ କରିନଥିବାରୁ ବାହା ହେବାକୁ ମନା କଲା ପ୍ରେମିକା । ଫଳରେ ଧୋକା ସହି ନପାରି କଲେ ଆତ୍ମହତ୍ୟା । ତେବେ ଭୁବନେଶ୍ଵର ବରମୁଣ୍ଡା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା। ମୃତ ଯୁବକ ଜଣକ ୨୨ ବର୍ଷୀୟ ରାହୁଲ ଗୋଚ୍ଛାୟତ ବୋଲି ଜଣାପଡ଼ିଛି । ସେପଟେ ଆତ୍ମହତ୍ୟା ପାଇଁ ଯୁବତୀ ଜଣଙ୍କ ଉସୁକାଇଥିବାରୁ ଯୁବକ ଜୀବନ ହାରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ-  ନୃତ୍ୟରେ ନିପୁଣା ଦିବ୍ୟାଙ୍ଗ ମୋନାଲି, ଗୋଡ଼ ନଥାଇ ବି କମ୍ପାନ୍ତି ମଞ୍ଚ... ଜିଣନ୍ତି ମନ

ସୂଚନା ମୁତାବକ,  ୨୨ ବର୍ଷର ରାହୁଲ ଗୋଚ୍ଛାୟତ ନିଜ ଘର ଛାଡ଼ି ବରମୁଣ୍ଡା ମା ମଙ୍ଗଳା ଦଳିତ ସାହିରେ ନିଜ ଆଈ ସହ ରହୁଥିଲେ । ଏହାରି ଭିତରେ ସେଠାରେ ରହୁଥିବା ଜଣେ ଯବତୀଙ୍କ ସହ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ପ୍ରେମିକାଙ୍କୁ ଦାମୀ ଉପହାର ଦେଉଥିଲେ ପ୍ରେମିକ।  ହେଲେ ସନ୍ତକ ହେଇ ଉପହାର ରହିଗଲା ଆଉ ଜୀବନ ହାରିଦେଲେ ପ୍ରେମିକ ।  ହଠାତ ଝିଅଟି ବାହା ହେବାକୁ ମନା କରିବା ପରେ ଆତ୍ମହତ୍ୟା ପାଇଁ ଉସୁକାଉଥିବାରୁ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ରାହୁଲଙ୍କ ପରିବାର ଲୋକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.