ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ନୃତ୍ୟରେ ନିପୁଣା ଦିବ୍ୟାଙ୍ଗ ମୋନାଲି, ଗୋଡ଼ ନଥାଇ ବି କମ୍ପାନ୍ତି ମଞ୍ଚ... ଜିଣନ୍ତି ମନ

Published By : Rasmita Pradhan | April 29, 2025 12:16 PM

ଭୁବନେଶ୍ୱର,୨୯/୦୪ (ଚାନ୍ଦିନୀ ମହାପାତ୍ର): ଡାହାଣ ଗୋଡ଼ ଆଣ୍ଠୁ ପାଖରୁ ନାହିଁ । ସେହି ସ୍ଥାନରେ ଲାଗିଛି କୃତ୍ରିମ ଗୋଡ଼ । ଅନ୍ୟ ଗୋଡ଼ର ଆଙ୍ଗୁଠି ସବୁ ଛୋଟ । ବାମ ହାତର ୪ଟି ଓ ଡାହାଣ ହାତର ୩ଟି ଆଙ୍ଗୁଠି ଛୋଟ । ହେଲେ ଏତେ ସବୁ ଅକ୍ଷମତାକୁ ସେ କେବେ ଖାତିର କରିନାହାନ୍ତି । ଗୋଡ଼ ନଥିଲେ ବି କୃତ୍ରିମ ଗୋଡ଼ରେ ଘୁଙ୍ଗୁର ଲଗାଇ ଓହ୍ଲାନ୍ତି ମଞ୍ଚକୁ । ଆଉ ଜଣେ ନିପୁଣ ନୃତ୍ୟଶିଳ୍ପୀ ଭାବେ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ଅଭିଭୂତ କରିଦିଅନ୍ତି । ଏଭଳି ଜଣେ ଦୃଢମନା ନୃତ୍ୟଶିଳ୍ପୀ ହେଲେ ମୋନାଲି ସ୍ୱାଇଁ(୨୬ ବର୍ଷ) । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ । ଏବେ ସେ ଭୁବନେଶ୍ୱରରେ ରହୁଛନ୍ତି । ସାଧାରତଃ ନୃତ୍ୟ କ୍ଷେତ୍ରରେ ଶାରୀରିକ ସକ୍ଷମତା ଅଧିକ ଆବଶ୍ୟକ । କିନ୍ତୁ ଏହାକୁ ଭୁଲ ପ୍ରମାଣ କରିଛନ୍ତି ମୋନାଲି । 

ଛୋଟ ବେଳୁ ନୃତ୍ୟ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ଟିଭିରେ ଯେତେବେଳେ କାହାକୁ ନୃତ୍ୟ କରୁଥିବାର ଦେଖନ୍ତି ସେ ତାହାକୁ ଦେଖି ଅଭ୍ୟାସ କରନ୍ତି । ବୟସ ବଢ଼ିବା ସହ ନୃତ୍ୟ ପ୍ରତି ତାଙ୍କର ଆଗ୍ରହ ବଢ଼ି ଚାଲିଲା । ପରେ ସେ ୟୁଟ୍ୟୁବ୍‌ ଦେଖି ନୃତ୍ୟ ଅଭ୍ୟାସ କଲେ । ଆଶ୍ଚର୍ଯ୍ୟର କଥା ସେ କାହାଠୁ ନୃତ୍ୟ ଶିକ୍ଷା ନେଇନାହାନ୍ତି । ମୁଖ୍ୟତଃ ସେ ସେମିକ୍ଲାସିକାଲ ଓ ମଡର୍ଣ୍ଣ ଡ୍ୟାନ୍ସ କରନ୍ତି । ନୃତ୍ୟ ପରିବେଷଣ କରି ଜିଲ୍ଲା ଓ ରାଜ୍ୟ ସ୍ତରରେ ବହୁ ପୁରସ୍କାର ପାଇଛନ୍ତି । ମଞ୍ଚରେ ନୃତ୍ୟ କରିବା ସମୟରେ ତାଙ୍କ ଗୋଡ଼ରେ ଫୋଟକା ହୋଇ ଘା ହୋଇଯାଏ । ଖାଲି ସେତିକି ନୁହେଁ, ଅନେକ ସମୟରେ କୃତ୍ରିମ ଗୋଡ଼ ଲାଗିଥିବା ସ୍ଥାନରୁ ରକ୍ତ ମଧ୍ୟ ବୋହିଥାଏ । ଦରଜ ବହୁଦିନ ପର୍ଯ୍ୟନ୍ତ ରହିଥାଏ । ତଥାପି ସେ ଗୋଟେ ପରେ ଗୋଟେ ନୃତ୍ୟ ଭେଟିଦିଅନ୍ତି । 

ଏହାବାଦ୍‌ ସେ ଅନେକ ଥର ମଞ୍ଚରେ ମଡେଲିଙ୍ଗ୍‌ ଏବଂ ଅଭିନୟ ମଧ୍ୟ କରିଛନ୍ତି । ମୋନାଲି କୁହନ୍ତି, ମୋତେ ନାଚିବାକୁ ଖୁବ୍‌ ଭଲ ଲାଗେ । ଯେତେବେଳେ ବି ମୁଁ ମଞ୍ଚରେ ନୃତ୍ୟ ପରିବେଷଣ କରେ ସବୁ କଷ୍ଟକୁ ଭୁଲିଯାଏ । ଆଗକୁ ଲକ୍ଷ୍ୟ ରଖିଛି ଯଦି ଭଗବାନ ସୁଯୋଗ ଦିଅନ୍ତି, ତେବେ ପିଲାମାନଙ୍କୁ ନୃତ୍ୟ ପ୍ରଶିକ୍ଷଣ ଦେବି ।

ଏହି ଖବରଟିକୁ ପଢନ୍ତୁ-ବିଶ୍ୱ ନୃତ୍ୟ ଦିବସ : ପରୀକ୍ଷା ନିରୀକ୍ଷା ନାଁରେ ପରମ୍ପରା ଓ ପରିଚୟର ହେଉଛି ବିକୃତୀକରଣ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.