କୋରେଇ, ୧୯।୧୨: ବାଇକ ଦୁର୍ଘଟଣାରେ ଜଣେ ଗୁରୁତର । ପାଣିକୋଇଲି ଥାନା ଅନ୍ତର୍ଗତ ଧନେଶ୍ୱର-ବଡ଼ବିରୁଆଁ ରାସ୍ତାର ବଡ଼ବିରୁଆଁ ଗ୍ରାମ ପାଖ ହନୁମାନ ମନ୍ଦିର ସମ୍ମୁଖରେ ଏକ ବାଇକ ଅନ୍ୟ ଏକ ବାଇକକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଜଣଙ୍କ ବଡ଼ବିରୁଆଁ ଗାଁର ଅବସରପ୍ରାପ୍ତ ଆୟୁର୍ବେଦ ଡାକ୍ତର ଦୟାନିଧି ଦ୍ୱିବେଦୀ ବୋଲି ଜଣାପଡ଼ିଛି ।
ଡାକ୍ତର ଶ୍ରୀ ଦ୍ୱିବେଦୀ ଏକ ବାଇକରେ ଯାଜପୁର ରୋଡ୍ରୁ ନିଜ ଗାଁ ବଡ଼ବିରୁଆଁ ଯାଉଥିଲେ । ଏହି ସମୟରେ ପଛରୁ ବାଇକ ନେଇ ଆସୁଥିବା ଅନ୍ୟ ଜଣେ ଯୁବକ ତାଙ୍କୁ ଧକ୍କା ଦେଇଥିଲା । ଏହି ଧକ୍କାରେ ସେ ବାଇକରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଯାଜପୁର ରୋଡ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।