ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ଆତଙ୍କୀ ହମଲାରୁ ହିଁ ପରମାଣୁ ଯୁଦ୍ଧର ହେବ ସୂତ୍ରପାତ, ପ୍ରାଣ ହରାଇବେ ୫ ରୁ ୧୨ କୋଟି ଲୋକ

Published By : Prameya | May 8, 2025 8:02 AM

ନୂଆଦିଲ୍ଲୀ, ୦୮/୦୫ : ପହଲଗାମ୍‌ ହମ୍‌ଲାର ଭାରତ ପ୍ରତିଶୋଧ ନେବା ପରେ ପାକିସ୍ତାନକୁ ଶକ୍ତ ଧକ୍କା ଲାଗିଛି । ପାକ୍‌ ଏହାର ଜବାବ ଦେବାକୁ ଯାଇ ବଡ଼ ଆକ୍ରମଣ କରିବା ଆଶଙ୍କା ଉପୁଜିଛି । ଏଭଳି ଘଟଣା ମଧ୍ୟରେ ଏବେ ପରମାଣୁ ଯୁଦ୍ଧ ଭୟ ଘାରିବା ଆରମ୍ଭ କଲାଣି । ୨୦୧୯ରେ ହୋଇଥିବା ଅଧ୍ୟୟନରେ ଏହି ପୂର୍ବାନୁମାନ କରାଯାଇଥିଲା । ୨୦୨୫ରେ ହିଁ ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେବ ବୋଲି ଏଥିରେ ଆକଳନ ହୋଇଥିଲା । ୨୦୧୯ରେ ବ୍ରିଟେନର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ‘ରତ୍‌ଲେଜ୍‌’ ଏହି ପୂର୍ବାନୁମାନ କରିଥିଲା । ସେତେବେଳେ ଏହାକୁ ଗୁରୁତ୍ୱ ଦିଆଯାଇ ନ ଥିଲା । କିନ୍ତୁ ବର୍ତ୍ତମାନ ଉପୁଜିଥିବା ସ୍ଥିତିରୁ ଉକ୍ତ ରିପୋର୍ଟ ସତ ହେବା ଭୟ ଘାରିଛି । 

ଦୁଇଦେଶ ମଧ୍ୟରେ ପରମାଣୁ ଯୁଦ୍ଧର କିଭଳି ସୂତ୍ରପାତ ହେବ, ତାହା ଗବେଷକମାନେ ସମ୍ଭାବ୍ୟ ଘଟଣାକ୍ରମ ବାବଦରେ ଉଲ୍ଲେଖ କରିଛନ୍ତି । ସେମାନଙ୍କ ମତରେ ପ୍ରଥମେ ଭାରତର ସଂସଦ ଉପରେ ବଡ଼ଧରଣ ଆତଙ୍କବାଦୀ ଆକ୍ରମଣ ହେବ । ଏହାପରେ ଜବାବ ଦେବାକୁ ଯାଇ ଭାରତ ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ଏହାର ସୈନ୍ୟ ସଂଖ୍ୟା ବଢ଼ାଇବ । ପାକିସ୍ତାନ ମଧ୍ୟ ଅନୁରୂପ ପଦକ୍ଷେପ ନେବ । ମୁହାଁମୁହିଁ ସଂଘର୍ଷରେ ଉଭୟ ପଟୁ ସୈନ୍ୟ ପ୍ରାଣ ହରାଇବେ, ଯାହା ଉଭୟ ପକ୍ଷକୁ ବଡ଼ ଯୁଦ୍ଧ ଆଡ଼କୁ ଟାଣିନେବ । ୨୦୦୨ରେ ଏହିଭଳି ଘଟିଥିଲା । ଭାରତୀୟ ସେନା ଆକ୍ରମଣକୁ ବ୍ୟାପକ କରି ପାକିସ୍ତାନ ଅଞ୍ଚଳକୁ ମାଡ଼ିଯିବା ପରେ ପାକିସ୍ତାନର ଜେନେରାଲମାନେ ପାରମ୍ପରିକ ପରାଜୟ ଭୟରେ ପରମାଣୁ ଆକ୍ରମଣକୁ ଶେଷ ପନ୍ଥା ବାଛିନେବେ । ପ୍ରଥମ ଦିନରେ ପାକିସ୍ତାନ ନିଜ ସୀମା ଭିତରେ ରହି ଭାରତୀୟ ଟ୍ୟାଙ୍କଗୁଡ଼ିକୁ ଲକ୍ଷ୍ୟ କରି ୧୦ଟି ପରମାଣୁ ବୋମା (ପ୍ରତ୍ୟେକର ଓଜନ ୫ କିଲୋଟନ୍‌) ମାଡ଼ କରିବେ ବୋଲି ରିପୋର୍ଟରେ ଅନୁମାନ କରାଯାଇଛି । 

ସେହିଭଳି ଦ୍ୱିତୀୟ ଦିନରେ ପାକିସ୍ତାନ ଆଉ ୧୫ଟି ପରମାଣୁ ବୋମା ଛାଡ଼ିବ । ଜବାବରେ ଭାରତ ପାକିସ୍ତାନୀ ସେନା ଘାଟି ଓ ଆଣବିକ ଡିପୋକୁ ଟାର୍ଗେଟ୍‌ କରି ଏକାବେଳକେ ୨୦ଟି ରଣନୀତିକ ପରମାଣୁ ବୋମା ମାଡ଼ କରିବ । ଏହି ହମଲା ଏତେ ପ୍ରଚଣ୍ଡ ହେବ ଯେ ପ୍ରଚୁର ମାତ୍ରାର ନିଆଁ ଓ ଧୂଆଁରେ ପାକିସ୍ତାନ ଅଣନିଃଶ୍ୱାସୀ ହୋଇପଡ଼ିବ । ହିରୋସୀମା ଉପରେ ପରମାଣୁ ବୋମା ପଡ଼ିବା ବେଳେ ଯାହା ଘଟିଥିଲା କିମ୍ବା ୧୯୦୬ରେ ସାନ୍‌ ଫ୍ରାନ୍‌ସିସ୍କୋ ଭୂକମ୍ପରେ ଯେଉଁ ସ୍ଥିତି ଉପୁଜିଥିଲା, ସେହିଭଳି ଦୃଶ୍ୟ ଦେଖିବାକୁ ମିଳିବ । ଏତିକିରେ ଭାରତ ଶାନ୍ତ ପଡ଼ିବ ନାହିଁ, ବରଂ ତୃତୀୟ ଦିନରେ ପୁଣି ଏହା ପରମାଣୁ ବୋମା ଫିଙ୍ଗିଚାଲିବ । ପାକିସ୍ତାନ ଆହୁରି ଉଗ୍ର ହୋଇ ଭାରତର ସ୍ଥଳ, ନୌସେନା ଘାଟି, ସହରୀ ଏୟାରଫିଲ୍ଡ ଉପରେ ୩୦ଟି ବୋମା ମାଡ଼ କରିବ । ଏଥିସହ ଆଉ ୧୫ଟି ଟାକ୍ଟିକାଲ ଷ୍ଟ୍ରାଇକ୍‌ ବି କରିବ ପାକିସ୍ତାନ । 

ଅନ୍ୟପକ୍ଷରେ ପାକିସ୍ତାନର ସହରଗୁଡ଼ିକରେ ଥିବା ୧୦ଟି ସାମରିକ ଘାଟି ଉପରେ ଭାରତ ପରମାଣୁ ଆକ୍ରମଣ କରିବ । ଦୁଇଦେଶ ମଧ୍ୟରେ ଏହି ଆକ୍ରମଣ ଆହୁରି ଭୟାବହ ହୋଇଚାଲିବ । ପରବର୍ତ୍ତୀ ୩ ଦିନରେ ପାକିସ୍ତାନ ଏହାର ସମସ୍ତ ବଳକା ପରମାଣୁ ବୋମାକୁ ଭାରତୀୟ ସହରଗୁଡ଼ିକ ଉପରେ ପକାଇଦେବ । ଭାରତ ବି ଏଥିରେ ହାର୍‌ ମାନିଯିବ ନାହିଁ । ଜବାବରେ ଏହା ନିଜ ପାଖରେ ୧୦୦ଟି ପରମାଣୁ ଚୀନ୍‌ ପାଇଁ ରଖି ବାକି ପ୍ରାୟ ୭୦ଟିକୁ ପାକିସ୍ତାନ ଉପରେ ପକାଇଦେବ । 

ଏହି ଗବେଷଣା ରିପୋର୍ଟରେ କୁହାଯାଇଛି ଯେ ଦୁଇଦେଶ ପାଖରେ ୨୫୦ଟି ଲେଖାଏଁ ପରମାଣୁ ବୋମା ଥିବାରୁ ଏହାର ବ୍ୟବହାର ସାଙ୍ଘାତିକ ବିପର୍ଯ୍ୟୟ ସୃଷ୍ଟି କରିବ । ଏହାଯୋଗୁ ୫ କୋଟିରୁ ୧୨.୫ କୋଟି ଲୋକ ପ୍ରାଣ ହରାଇବେ । ଭାରତ ଓ ପାକିସ୍ତାନର ପ୍ରମୁଖ ସହରଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇଯିବ । ସ୍ୱାସ୍ଥ୍ୟ, ପରିବହନ, ଶକ୍ତି ଭିତ୍ତିଭୂମି ବରବାଦ ହୋଇଯିବ । ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବ । ଯାହାକୁ ଭରଣା କରିବାକୁ ବର୍ଷ ବର୍ଷ ଲାଗିଯିବ । ଦୁଇଦେଶର ଦୁର୍ଦ୍ଦଶା ଏତିକିରେ ଶେଷ ହୋଇଯିବ ନାହିଁ । ପରମାଣୁ ଯୁଦ୍ଧରେ ସୃଷ୍ଟ ଧୂଆଁ ଓ ନିଆଁ ଯୋଗୁ ପାଣିପାଗ ଉପରେ ଭୟଙ୍କର ପ୍ରଭାବ ପଡ଼ିବ । ଯାହା ସମଗ୍ର ପୃଥିବୀକୁ ପ୍ରଭାବିତ କରିବ । ଦୁର୍ଭିକ୍ଷ ଦେଖାଦେବ । କୋଟି କୋଟି ଲୋକ ଭୋକଉପାସରେ ଛଟପଟ ହେବେ । ସାମଗ୍ରିକ ଭାବେ ବିଶ୍ୱ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବ ବୋଲି ଅଧ୍ୟୟନ ରିପୋର୍ଟରେ ଆଶଙ୍କା ପ୍ରକାଶ ପାଇଛି ।


ଏହି ଖବରଟିକୁ ପଢନ୍ତୁ-ସଂସଦରେ ମିଛ, ଜନତାଙ୍କ ପ୍ରତି ପ୍ରତାରଣା; ଶେହବାଜଙ୍କ ପ୍ରତ୍ୟେକ କଥାରେ ଭାରତ ପ୍ରତି ରହିଛି ଭୟ...

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.