ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଷଣ୍ଢ ବୋଝେଇ ପିକ୍‌ଅପ୍ ସହ ବରଯାତ୍ରୀ ବୋଲେରୋ ଧକ୍କା; ଡ୍ରାଇଭଙ୍କ ସମେତ ୬ ଗୁରୁତର ଆହତ

Published By : Swapna Ray | July 2, 2025 11:57 AM

ବାରିପଦା, ୨।୭: ଷଣ୍ଢ ଏବଂ ଗୋରୁ ନେଇ ଯାଉଥିବା ପିକଅପ୍ ସହ ବରଯାତ୍ରୀ ବୋଲେରୋ ମୁହାଁମୁହିଁ ଧକ୍କା । ରାଞ୍ଚି ବିଜୟୱାଡ଼ା ୨୨୦ ନମ୍ବର ଜାତୀୟ ରାଜପଥ ବାଦାମପାହାଡ଼ ଥାନା ପଡ଼ିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ନିୟନ୍ତ୍ରଣ ହରାଇ ପିକଅପଟି ଓଲଟି ପଡ଼ିବାରୁ ଦୁଇଟି ବଳଦ ପ୍ରାଣ ହରାଇଛନ୍ତି । ସେପଟେ ବୋଲେରୋରେ ବସିଥିବା ବରଯାତ୍ରୀ ମଧ୍ୟରୁ ଡ୍ରାଇଭର ସମେତ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହୋଇ ଚିକିତ୍ସିତ ହେଉଛନ୍ତି । 

ସୂଚନାନୁସାରେ, ପିକ୍‌ଅପ୍‌ଟି ଯଶିପୁର ଥାନା ଅଞ୍ଚଳରୁ ରାଇରଙ୍ଗପୁର ଥାନା ଅଭିମୁଖେ ଯାଉଥିଲା । ବିପରୀତ ଦିଗରୁ ଅର୍ଥାତ୍ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବଡ଼ାମ କୁରାଡ଼ି ଗାଁରୁ ଯଶିପୁର ଥାନା ଅନ୍ତର୍ଗତ ବାଉଁଶ ନାଳି ଗ୍ରାମକୁ ବରଯାତ୍ରୀ ନେଇ ବୋଲେରୋ ଫେରୁଥିଲା । ଉଭୟ ଗାଡ଼ି ବାଦାମପାହାଡ଼ ଥାନା ପଡ଼ିଆ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲେ । ଦୁର୍ଘଟଣାରେ ଆହତମାନେ ହେଲେ ଯଶିପୁର ଥାନା ଅଂଚଳର ଟାଙ୍ଗର ବଳଦା ଗ୍ରାମର ସୁମନ୍ତ ମହାନ୍ତ, କଜଳା ଗ୍ରାମର ଶୈଲେନ୍ଦର ମହାନ୍ତ, ବନ୍ଦରିଆ ପୋଷି ଗ୍ରାମର ଛତିଶ ତିରିଆ ଓ ବିକାଶ ମହାନ୍ତ ଡ୍ରାଇଭର,ବାଲି ଯୋଡ଼ି ଗ୍ରାମର କାଳୀ ଚରଣ ମହାନ୍ତ ଓ ମଣଦା ଗ୍ରାମର ସୁଗୁନ ପାତ୍ର । ଅନ୍ୟପଟେ ପିକଅପ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ପୁଲିସ ପିକଅପ ସହ ବଳଦ ଓ ଷଣ୍ଢକୁ ଜବଦ କରିଛି ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.