ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୧୨ ବର୍ଷ ପରେ ମକର ସଂକ୍ରାନ୍ତିରେ ଦୁର୍ଲଭ ଯୋଗ, ଏହି ରାଶି ଉପରେ ହେବ ଧନ ବର୍ଷା

Published By : Krishna Priya | January 14, 2025 8:53 AM

ଭୁବନେଶ୍ୱର ୧୪/୦୧: ବ୍ରହ୍ମାଣ୍ଡକୁ ଶକ୍ତି ଏବଂ ଆଲୋକ ପ୍ରଦାନ କରୁଥିବା ସୂର୍ଯ୍ୟ ଦେବ ତାଙ୍କର ଦିଗ ପରିବର୍ତ୍ତନ କରି ୬ ମାସ ପାଇଁ ଉତ୍ତରାୟଣ ହୋଇଛନ୍ତି। ସେ ଧନୁ ରାଶି ଛାଡି ଜାନୁଆରୀ ୧୪ ରେ ଅର୍ଥାତ୍‌ ଆଜି ମକର ରାଶିରେ ପ୍ରବେଶ କରିଛନ୍ତି। ଏହା ଦ୍ୱାରା ଦିନ ଅଧିକ ଲମ୍ବା ଏବଂ ରାତି ଛୋଟ ହେବ। ଏଥିସହିତ ଥଣ୍ଡାରୁ ମଧ୍ୟ ଟିକିଏ ଆରାମ ମିଳିବ। ୧୨ ବର୍ଷ ପରେ, ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଏବଂ ବୃହସ୍ପତିଙ୍କ ଏକ ଦୁର୍ଲଭ ନବପଞ୍ଚମ ଯୋଗ ଗଠନ ହେଉଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଯୋଗ ହେତୁ ସମସ୍ତ ରାଶି ପାଇଁ କୌଣସି ପ୍ରକାରେ ଫାଇଦା ହେବାକୁ ଯାଉଛି। କିନ୍ତୁ ୩ ଟି ରାଶି ପାଇଁ ଅଧିକ ଲାଭ ହେବାର ସମ୍ଭାବନା ରହିଛି।  ଆସନ୍ତୁ ଜାଣିବା ସେହି ତିନୋଟି ଭାଗ୍ୟଶାଳୀ ରାଶି ବିଷୟରେ...

ମକର ରାଶି :

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମାକର ସଂକ୍ରାନ୍ତିରେ ନବପଞ୍ଚମ ଯୋଗ ଗଠନ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ଏହି ଯୋଗର ଗଠନ ହେତୁ ଆପଣଙ୍କ ସାହସ ଏବଂ ପରାକ୍ରମ ବୃଦ୍ଧି ପାଇବ । ଯେଉଁଥିପାଇଁ ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ।ସୂର୍ଯ୍ୟ ଦେବଙ୍କ କୃପାରୁ, ଆପଣଙ୍କ ଚାକିରି ଏବଂ ବ୍ୟବସାୟରେ ଆଶା ଠାରୁ ଅଧିକ ଉନ୍ନତି ପାଇବେ। ଆର୍ଥିକ ପକ୍ଷ ମଜଭୁତ ହେତୁ ଆପଣଙ୍କ ମନ ଖୁସିରେ ପରିପୂର୍ଣ୍ଣ ରହିବ। କୌଣସି ଶୁଭ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ।

ଧନୁ ରାଶି : 

ନବପଞ୍ଚମ ଯୋଗ ଗଠନ ହେତୁ, ଭାଗ୍ୟର ପୂର୍ଣ୍ଣ ସମର୍ଥନ ରହିବ। ଆପଣଙ୍କ ଧନ ବୃଦ୍ଧି ହେବାର ସଂଯୋଗ ରହିଛି। ଆୟର ବୃଦ୍ଧି ସହିତ ଆପଣ ଘରେ ବିଳାସପୂର୍ଣ୍ଣ ଜିନିଷ କିଣିବାକୁ ସକ୍ଷମ ହେବେ । ବେରୋଜଗାର ଲୋକଙ୍କୁ ଚାକିରି ମିଳିପାରେ। ଯଦି ଚାକିରି ବଦଳାଇବାକୁ ଚିନ୍ତା କରୁଥିବେ ତେବେ ଏକ ଭଲ ପ୍ୟାକେଜ୍ ସହିତ ଅଫର୍ ମିଳିପାରେ। ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଯେଉଁ କାରଣରୁ ଅବିବାହିତ ବ୍ୟକ୍ତିଙ୍କୁ ବିବାହ ପ୍ରସ୍ତାବ ମିଳିପାରେ।

ବିଛା ରାଶି : 

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆପଣ ଉପରେ ଉଭୟ ସୂର୍ଯ୍ୟ ଏବଂ ବୃହସ୍ପତିଙ୍କ ଆଶୀର୍ବାଦ ପ୍ରାପ୍ତ ହେବ।  ଯାହା ଦ୍ୱାରା ଆପଣଙ୍କ କ୍ୟାରିଅରରେ ଉନ୍ନତି ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କଠିନ ପରିଶ୍ରମକୁ ପ୍ରଶଂସା ମିଳିବ ଏବଂ ନୂତନ ଦାୟିତ୍ୱ ଆପଣଙ୍କୁ ମିଳିପାରେ। ନିକଟ ଭବିଷ୍ୟତରେ ଆପଣଙ୍କୁ ପ୍ରମୋସନ୍‌ ମଧ୍ୟ ମିଳିପାରେ। ବ୍ୟବସାୟରେ ନୂତନ ଡିଲ୍ ମିଳିପାରେ। କୌଣସି ନୂତନ ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରିପାରନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.