ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସମ୍ବଲପୁର ଚିଡ଼ିଆଖାନା ଖାଦ୍ୟ କେଳେଙ୍କାରୀ: ନିମ୍ନମାନର ଖାଦ୍ୟକୁ ଉଚ୍ଚମାନ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କାର କାରସାଦି!

Published By : Prameya | April 24, 2025 2:03 PM

ସମ୍ବଲପୁର,୨୪/୦୪: ସମ୍ବଲପୁର ଚିଡ଼ିଆଖାନା ଓ ଉଦ୍ଧାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ଦେବା ଘଟଣାରେ ଖୋଲୁଛି ଗୁମର । କିଭଳି ନିମ୍ନମାନର ଖାଦ୍ୟକୁ ଉଚ୍ଚମାନ ଦର୍ଶାଇ ପଶୁପକ୍ଷୀଙ୍କୁ  ଦିଆଯାଉଛି, ତା’ର ପ୍ରମାଣ ‘ପ୍ରମେୟ’ ହାତରେ ଲାଗିଛି । ପୋକ ସାଲୁବାଲୁ ଥିବା ମକା ଗୁଣ୍ଡ, କୁଲଥି,  କୁଣ୍ଡା, ଚକଡ଼ ଏବଂ ବାଦାମ ପିଡ଼ିଆ ଦେଉଥିବା  ସମୟରେ ଧରାପଡ଼ିଛନ୍ତି ଅଧିକାରୀ । ଏହାକୁ ନେଇ  ପ୍ରଶ୍ନ କରିବା ପରେ ହଡ଼ବଡ଼େଇ ଯାଇ ଖାଦ୍ୟକୁ ଲୁଚାଇବାକୁ କର୍ମଚାରୀ ଚେଷ୍ଟା କରିଥିଲେ ।   

ସମ୍ବଲପୁର ଚିଡ଼ିଆଖାନା ଓ ଉଦ୍ଧାର କେନ୍ଦ୍ରରେ ଥିବା ୧୭ ପ୍ରଜାତିର ୩୦୦ ପଶୁ ଓ ୧୩ ପ୍ରଜାତିର ପକ୍ଷୀଙ୍କ ପାଇଁ ମାସକୁ ୪୩୦ କ୍ୱିଣ୍ଟାଲ ଖାଦ୍ୟ ଦିଆଯାଉଛି । ଏଥିରେ ମକା ଗୁଣ୍ଡ, କୁଲଥି, କୁଣ୍ଡା, ଚକଡ଼ ଏବଂ  ବାଦାମ ପିଡ଼ିଆ ରହିଛି । ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀଙ୍କ ସୂଚନା ଅନୁସାରେ, କେଜି ପ୍ରତି ମକା ୨୮ଟଙ୍କା, କୁଲଥି ୪୨ ଟଙ୍କା, କୁଣ୍ଡା ୧୦ ଟଙ୍କା, ଚକଡ଼ ୨୮ ଟଙ୍କା ଏବଂ ବାଦାମ ପିଡ଼ିଆ  ୫୦ ଟଙ୍କାରେ କ୍ଷେତରାଜପୁରର ଏକ ଦୋକାନରୁ  କିଣାଯାଉଛି । ଯାହାକି ମାସକୁ ଅନୁମାନିକ ୧୩  ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ । ହେଲେ ସେହି  କ୍ଷେତରାଜପୁର ବ୍ୟବସାୟୀ ‘ପ୍ରମେୟ’କୁ ଦେଇଥିବା ସୂଚନା ଅନୁସାରେ କେଜି ପ୍ରତି ମକା ୨୬ ଟଙ୍କା, କୁଲଥି ୨୨ ଟଙ୍କା, ଚକଡ଼ ୨୧ ଟଙ୍କା ଏବଂ ବାଦାମ  ପିଡ଼ିଆ ୩୬ ଟଙ୍କାରେ ବିକ୍ରି ହେଉଛି । ସେ ବି ସମସ୍ତ ଖାଦ୍ୟ ଉଚ୍ଚମାନର । ଏହି ସବୁ ଖାଦ୍ୟ ‘ଏ’ ଗ୍ରେଡ୍‌ର  ବୋଲି ଖୋଦ୍‌ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ବିକ୍ରି  କରୁଥିବା ବ୍ୟବସାୟୀ କହିଛନ୍ତି । ଯାହାକି ଚିଡ଼ିଆଖାନା  କର୍ତ୍ତୃପକ୍ଷଙ୍କ ମୁଖା ଖୋଲିଦେଇଛି ।   

ଅର୍ଥାତ ଯଦି ବ୍ୟବସାୟୀଙ୍କ ସୂଚନାକୁ ଧରିବା  ତେବେ କେଜି ପ୍ରତି ମକାରେ ୨ ଟଙ୍କା, କୁଲଥିରେ  ୨୦ ଟଙ୍କା, ଚକଡ଼ ୭ ଟଙ୍କା ଏବଂ ବାଦାମ ପିଡ଼ିଆ  ୧୪ ଟଙ୍କା ଅଧିକ ଦରରେ କିଣାଯାଉଛି । ହୀରାକୁଦ  ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଓ ବ୍ୟବସାୟୀ  ସୂଚନାକୁ ଟାଲି କଲେ ଖାଦ୍ୟ ବିକ୍ରି କେଳେଙ୍କାରୀ  ସତ ପ୍ରମାଣିତ ହେଉଛି । ହେଲେ ବ୍ୟବସାୟୀ ଯେଉଁ ଦର କଥା କହୁଛନ୍ତି ତାହା ଉଚ୍ଚମାନର ଖାଦ୍ୟ । ଏହି  ଖାଦ୍ୟଠାରୁ ଆହୁରି ନିମ୍ନ ମାନର ଖାଦ୍ୟ ପଶୁପକ୍ଷୀଙ୍କୁ  ଦିଆଯାଉଥିବା ଅଭିଯୋଗ ହୋଇଛି । ତେଣୁ ପ୍ରତି  ମାସରେ ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ କେଳେଙ୍କାରୀ  ହେଉଥିବା ସ୍ପଟ ଜଣାପଡ଼ୁଛି ।   

ଏସିଏଫ୍‌ ଯତୀନ୍ଦ୍ର କୁମାର ସିଂହ ଏଭଳି  ଅଭିଯୋଗକୁ ଖଣ୍ଡନ କରିଛନ୍ତି । କହିଛନ୍ତି,  ତୃଣଭୋଜୀ ପ୍ରାଣୀଙ୍କୁ ଦିଆଯାଉଥିବା ଖାଦ୍ୟ  ଉଚ୍ଚମାନର। ଏଥିପାଇଁ ସ୍ୱତନ୍ତ୍ର ଏସଓପି ରହିଛି ।  ଏହାକୁ ପାଳନ କରି ଖାଦ୍ୟ ଦିଆଯାଉଛି । ଏମିତି କି,  ଖାଦ୍ୟ ଦିଆଯିବା ପୂର୍ବରୁ ନିୟମିତ ଯାଞ୍ଚ କରାଯାଏ।  ପ୍ରାଣୀଧନ ଚିକିତ୍ସକ ଉପସ୍ଥିତ ରହି ଯାଞ୍ଚ କରିଥାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.