ପ୍ରମୂଖ ଖବର
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ; ଚାଲିଗଲା ୧୦ ଜୀବନ, ଏକାଧିକ ଆହତ

Published By : Krishna Priya | June 30, 2025 1:45 PM

ନୂଆଦିଲ୍ଲୀ ୩୦/୦୬: ତେଲେଙ୍ଗାନାରେ ବଡ଼ ଅଘଟଣ। ସାଙ୍ଗାରେଡ୍ଡୀ ଜିଲ୍ଲାର ପାଶା ମେଲାରାମ ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଥିବା ଏକ କେମିକାଲ୍ସ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଫଳରେ ସେଠାରେ ଉପସ୍ଥିତ ଥିବା ୧୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । 

ସୂଚନା ଅନୁଯାୟୀ, ସୋମାବାର ସକାଳେ ସେଗାଚି କେମିକାଲ୍ସ କାରଖାନାରେ ବିସ୍ଫୋରଣ ହୋଇଥିଲା। କେମିକାଲ ଭର୍ତ୍ତି ଟ୍ୟାଙ୍କର ଫାଟିବାରୁ ଏହି ବିସ୍ଫୋରଣ ଘଟିଥିଲା। ଫଳରେ ଚାହୁଁ ଚାହୁଁ ପୁରା କାରଖାନାରେ ନିଆଁ ବ୍ୟାପି ଯାଇଥିଲା । ଏହି ଘଟଣାରେ ୧୦ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସମସ୍ତ  ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଅନେକ ଶ୍ରମିକ ୧୦୦ ମିଟର ଦୂରକୁ ଛିଟିକି ପଡିଥିଲେ । ଏହାର ଶବ୍ଦ ଅନେକ କିଲୋମିଟର ଦୂର ଯାଏଁ ଶୁଭିଥିଲା। କାରଖାନାର ଆଖପାଖ ଅଞ୍ଚଳରେ ପୁରା ଆତଙ୍କ ଖେଳିଯାଇଥିଲା। ତେବେ ଏହି କମ୍ପାନୀ ଔଷଧ ତିଆରିରେ ବ୍ୟବହୃତ ପାଉଡର ପ୍ରସ୍ତୁତ କରେ । ବିଭିନ୍ନ ରାଜ୍ୟରୁ ୧୦୦ ରୁ ଅଧିକ ଶ୍ରମିକ ଏଠାରେ କାମ କରନ୍ତି । ଦୁର୍ଘଟଣାର ଖବର ପାଇବା ମାତ୍ରେ ଶ୍ରମିକଙ୍କ ସମ୍ପର୍କୀୟମାନେ କାରଖାନା ବାହାରେ ଏକାଠି ହୋଇଥିଲେ। ଉଦ୍ଧାର କାର୍ଯ୍ୟ ପରେ ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି।

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.