ନୂଆଦିଲ୍ଲୀ, ୨୮/୨ : ଆଉ ମାତ୍ର ଅଳ୍ପ ସମୟ ମଧ୍ୟରେ ଆରମ୍ଭ ହେବ ପାକିସ୍ତାନ ଏବଂ ଶ୍ରୀଲଙ୍କା ମ୍ୟାଚ୍ । ପାକିସ୍ତାନ ପାଇଁ ଏହି ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ । ସୁପର-୮ ମୁକାବିଲା ଅନ୍ତିମ ମ୍ୟାଚ୍ ଖେଳୁଥିବା ପାକିସ୍ତାନ ସେମିରେ ପହଞ୍ଚିବା ପାଇଁ ହେଲେ ୬୦ରୁ ୭୦ ରନରେ ବିଜୟ ହାସଲ କରିବାକୁ ପଡ଼ିବ । ନହେଲେ ନ୍ୟୁଜିଲାଣ୍ଡ ସେମିରେ ପହଞ୍ଚିବ । ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ହରାଇ ପାକିସ୍ତାନର ସେମିଫାଇନାଲରେ ପ୍ରବେଶ ପାଇଁ ଅଧା କାମ କରିଛି । ଏବେ ପାକିସ୍ତାନ ବଡ଼ ବିଜୟ ହାସଲ କରିଲେ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବ । ତେବେ ଏହା ପୂର୍ବରୁ ପାକିସ୍ତାନକୁ ଟିପ୍ସ ଦେଇଛନ୍ତି ଆକାଶ ଚୋପ୍ରା ।

ସେ ଏକ ତାଙ୍କର ଆକାଶବାଣୀ ଶୋ’ରେ କହିଛନ୍ତି କି, ପାକିସ୍ତାନ ପ୍ରଥମେ ବୋଲିଂ କରିବା ଉଚିତ୍ । ଦଳର ବୋଲିଂ ଭଲ ରହିଥିବାବେଳେ ପ୍ରତିପକ୍ଷ ଦଳଙ୍କୁ ଟକ୍କର ଦେଇପାରିବେ । ଦ୍ବିତୀୟ ପାଳିରେ ବୋଲିଂ କରି ଅଟକାଇବା ଅନେକ ସମୟରେ ଅସୁବିଧା ହୋଇଥାଏ । ମାତ୍ର ଚେଜ୍ କରିବା ସହଜ ହୋଇଥାଏ । ଏଣୁ ପାକିସ୍ତାନ ପ୍ରଥମେ ବୋଲିଂ କରି ୧୪୦-୫୦ ଭିତରେ ରଖିବା ଉଚିତ୍ । ଯାହାକୁ ୧୩ ଓଭର ଭିତରେ ଜିତିବା ଦରକାର । ବଡ଼ ରନରେଟରେ ଜିତଲେ ସହଜରେ ସେମିରେ ପ୍ରବେଶ କରିପାରିବ । ଏହାସହ ବାବରଙ୍କୁ ଡ୍ରପ୍ କରିବା ସହ ଫକରଙ୍କୁ ଉପରେ ଖେଳିବାକୁ ସୁଯୋଗ ମିଳୁ ।

ଆଜିର ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ । ଏଣୁ ଏଠାରେ ପଛରେ ବ୍ୟାଟିଂ କରି ଶୀଘ୍ର ଜିତିବାକୁ ପଡ଼ିବ । ଯଦି ପାକିସ୍ତାନ ବାଦ ପଡ଼େ ତାହେଳେ ଏସୀୟ ଦଳ ଭାବେ ଭାରତ ଉପରେ ଶେଷ ଭରସା ରହିବ । ସେପଟେ ଶ୍ରୀଲଙ୍କା ଆତ୍ମସମର୍ପଣ ନକରି ନିଜର ସମ୍ମାନ ରକ୍ଷା କରିବା ପାଇଁ ଏହି ମ୍ୟାଚରେ ବିଜୟ ହେବାକୁ କଡ଼ା ଟକ୍କର ଦେବା ଉଚିତ୍ ବୋଲି କହିଛନ୍ତି ଆକାଶ ।

ଏହାସହ ପଢ଼ନ୍ତୁ : ଶ୍ରୀଲଙ୍କାର ବଢ଼ିଲାଣି ଚିନ୍ତା ! ଜିତିଲେ ବଢ଼ିବ ସମ୍ମାନ, ପାକିସ୍ତାନଠାରୁ ହାରିଲେ ମିଳିବ ଟଙ୍କା...