ପ୍ରମୂଖ ଖବର
  • ବେଆଇନ୍ ବେଟିଂ ଆପ୍ ମାମଲା, ଅନେକ ସାଉଥ୍ ସେଲିବ୍ରିଟିଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
  • ||
  • ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

‘ଯମୁନା ଜଳରେ ଜହର’ ମନ୍ତବ୍ୟ ଉପରେ ନିର୍ବାଚନ ଆୟୋଗଙ୍କ ନିକଟରେ ଜବାବ ରଖିଲେ କେଜ୍ରିୱାଲ

Published By : Tapas Panda | January 29, 2025 10:57 PM

Image Courtesy: indiatvnews

ଲକ୍ଷ୍ନୌ: ଯମୁନାରେ ହରିୟାଣା ଜହର ମିଶାଇଥିବା ମନ୍ତବ୍ୟ ଉପରେ ନିର୍ବାଚନ ଆୟୋଗଙ୍କ ପାଖରେ ଜବାବ ରଖିଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ । ଯମୁନା ପାଣିର ମାନ ଖରାପ ହେବା ସାଧାରଣରେ ଏକ ଚିନ୍ତାର ବିଷୟ ହୋଇଥିବାରୁ ଏହି ପ୍ରସଙ୍ଗ ଉତ୍ଥାପନ କରିବାକୁ ମୁଁ ଏଭଳି ମନ୍ତବ୍ୟ ଦେଇଥିଲି ବୋଲି କେଜ୍ରିୱାଲ୍ କହିଛନ୍ତି । ଯମୁନା ପାଣିରେ ହରିୟାଣା ସରକାର ବିଷାକ୍ତ ବର୍ଜ୍ୟବସ୍ତୁ ମିଶ୍ରଣ କରୁଛନ୍ତି । ଏତେ ବିଶାକ୍ତ ଯେ ଏହାକୁ ଦିଲ୍ଲୀରେ ବିଶୋଧନ କରିବା କଷ୍ଟକର ହୋଇପଡ଼ୁଛି। ଦିଲ୍ଲାବାସୀଙ୍କୁ ପାଣିରୁ ବଞ୍ଚିତ କରିବାକୁ ହରିୟାଣା ସରକାର ଏହା କରୁଛନ୍ତି ବୋଲି କେଜ୍ରିୱାଲ ଅଭିଯୋଗ କରିଥିଲେ । 

କେଜ୍ରିୱାଲଙ୍କ ଏହି ଅଭିଯୋଗକୁ ବିରୋଧ କରିବା ସହ ତାଙ୍କ ବିରୋଧରେ ଏତଲା ଦେବେ ବୋଲି ହରିୟାଣା ସରକାର ଚେତାବନୀ ଦେଇଥିଲେ । କେଜ୍ରିୱାଲଙ୍କ ବିସ୍ଫୋରକ ମନ୍ତବ୍ୟକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଏହାରି ମଧ୍ୟରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ତାଙ୍କୁ ନୋଟିସ୍ କରି ବୁଧବାର(ଜାନୁଆରୀ ୨୯) ସନ୍ଧ୍ୟା ୮ ସୁଦ୍ଧା ଏହାକୁ ପ୍ରମାଣିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜବାବରେ କେଜ୍ରିୱାଲ କହିଛନ୍ତି, ହରିୟାଣାରୁ ଆସୁଥିବା ଜଳ ଉପରେ ଦିଲ୍ଲୀ ନିର୍ଭର କରେ । ହରିୟାଣାରୁ ଆସୁଥିବା ପାଣିର ପ୍ରଦୂଷଣକୁ ଉଜାଗର କରିବା ପାଇଁ  ଏଭଳି ବୟାନ ଦିଆଯାଇଥିଲା । ସେ ଆହୁରି କହିଛନ୍ତି ଯେ, ହରିୟାଣାରୁ ଆସୁଥିବା ପାଣି ଏତେ ବିଷାକ୍ତ ଯେ ଏହାକୁ ଦିଲ୍ଲୀରେ ବିଶୋଧନ କରି ପାନୀୟ ଜଳରେ ପରିଣତ କରିବା ଅସମ୍ଭବ ହେଇ ପଡ଼ୁଛି। ଏପରି ବିଷାକ୍ତ ପାଣିକୁ ଲୋକେ ପିଇଲେ ଏହା ଗୁରୁତର ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରିବା ସହ ମୃତ୍ୟୁର କାରଣ ପାଲଟି ପାରେ। ସେ କହିଛନ୍ତି, ତାଙ୍କର ଏହି ମନ୍ତବ୍ୟକୁ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଉସୁକାଇବା କିମ୍ବା ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟିକାରୀ ବୋଲି କୁହାଯାଇପାରିବ ନାହିଁ ।

ଯମୁନା ପାଣି ଉପରେ ଜାନୁଆରୀ ୨୭ ତାରିଖରେ ଦିଲ୍ଲୀ ଜଳ ବୋର୍ଡର ସିଇଓ ଏକ ଚିଠି ଦେଇଥିଲେ। ଏହି ଚିଠିକୁ ଆଧାର କରି ସେ ମନ୍ତବ୍ୟ ଦେଇଥିଲେ ବୋଲି କେଜ୍ରିୱାଲ କହିଛନ୍ତି। ଚିଠିରେ ବୋର୍ଡ ନିଜେ ସ୍ୱୀକାର କରିଥିଲେ ଯେ, ହରିୟାଣାରୁ ଦିଲ୍ଲୀ ଆସୁଥିବା ପାଣିରେ ଆମୋନିଆର ସ୍ତର ବହୁ ଗୁଣ ବୃଦ୍ଧି ପାଇଛି। ଏହା ୬.୫-୭ ପିପିଏମ ସ୍ତର ପର୍ଯ୍ୟନ୍ତ ପହଞ୍ଚିଛି । ୱାଜିରାବାଦ ବ୍ୟାରେଜର ଉପରମୁଣ୍ଡରେ କିଛି ଅପରିଷ୍କାର ସ୍ୱେରେଜ କିମ୍ବା ଶିଳ୍ପ ଆବର୍ଜନା ମିଶ୍ରଣ ଯୋଗୁ ଯମୁନା ନଦୀରେ ଆମୋନିଆ ବୃଦ୍ଧି ପାଉଛି ବୋଲି ଜଳ ବୋର୍ଡ ଚିଠିରେ ଉଲ୍ଲେଖ କରିଥିଲା । ପାନୀୟ ଜଳରେ ଅତ୍ୟଧିକ ଆମୋନିଆ ମିଶିବାରୁ ଏହାକୁ ପିଇବା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ । ତେଣୁ ମୋ ମନ୍ତବ୍ୟ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ନୁହେଁ। ଅଭିବ୍ୟକ୍ତିର ସ୍ୱାଧୀନତା ଅଧୀନରେ ଏହି ମନ୍ତବ୍ୟ ଦିଆଯାଇଛି ବୋଲି କେଜ୍ରିୱାଲ କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.