ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଐଶର୍ଯ୍ୟାରାୟ ବଚ୍ଚନ ଝିଅ ଏବେ ଲୁକରେ ନଜର ଆସିଛନ୍ତି । ଏବେ ସେ ଯେଭଳି ହେୟାର ଷ୍ଟାଇଲ କରିଛନ୍ତି ଏମିତି ଲାଗୁଛନ୍ତି ଯେଭଳି ଐଶର୍ଯ୍ୟା । ଯାହାର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହାକୁ ଲାଇକ୍ କରୁଥିବାବେଳେ ସକରାତ୍ମକ କମେଣ୍ଟ ମଧ୍ୟ କରୁଛନ୍ତି । ନିକଟରେ ଏକ ବିବାହ କାର୍ଯ୍ୟକ୍ରମରେ ମାଆଙ୍କ ସହ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଆରାଧ୍ୟା ଏକ ଧଳା ପୋଷାକ ପିନ୍ଧିଥିବା ନଜର ଆସିଥିଲେ । ସେ ଏଭଳି ସଜେଇ ହୋଇଥିଲେ ଯେ ଏମିତି ଲାଗୁଥିଲେ କି, ଯେମିତି ଐଶର୍ଯ୍ୟାଙ୍କ କାର୍ବନ କପି । ୧୪ ବର୍ଷୀୟା ଆରାଧ୍ୟ ଏବେ ନିଜକୁ ଏଭଳି ମେକଅପ୍ କରୁଛନ୍ତି ଯେମିତି ସେ ମାଆଙ୍କ ଭଳି ଦିଶିବେ । ଏୟାରପୋର୍ଟ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସମୟରେ ସେ ଯାଉଥିବାର ଫଟୋ ସବୁକୁ ୟୁଜର୍ସମାନେ ଭଲ ପାଇବା ଦେଉଛନ୍ତି ।

ଏହାସହ ପଢ଼ନ୍ତୁ : ଆଇପିଏଲ ପୂର୍ବରୁ ଲୁଚିକି ବାହାହେଲେ ହେଲେ ୟଶ୍ ଦୟାଲ, ସାମ୍ନାକୁ ଆସିଲା ଫଟୋ