ନୂଆଦିଲ୍ଲୀ : ଆଇପିଏଲର ଷ୍ଟାର ବୋଲର ୟଶ ଦୟାଲଙ୍କ ସରିଛି ବାହାଘର । ଆଇପିଏଲ ଆରମ୍ଭ ହେବା ପୂର୍ବରୁ ତାଙ୍କର ପଡ଼ିଛି ହାତଗଣ୍ଠି । ତେବେ ସର୍ବସମ୍ମୁଖରେ ନୁହେଁ ଲୁଚାଣିଆ ଭାବେ ବିବାହ ଉତ୍ସବ ସରିଥିବା କୁହାଯାଉଛି । ପୂର୍ବରୁ ତାଙ୍କ ନାମରେ ଜଣେ ଯୁବତୀ ଯୌନଶୋଷଣ ଅଭିଯୋଗ ଆଣିଥିଲେ । ଏହି ଘଟଣା ବିଚରାରଧିନ ରହିଛି । ଏହାରି ଭିତରେ ତାଙ୍କର ବିବାହ ସରିଥିବାବେଳେ ଆରସିବି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । କାରଣ ସେ ଆରସିବି ପକ୍ଷରୁ ଗତ ସିଜିନରେ ଖେଳିଥିଲେ ଏବଂ ବିଜୟୀ ଦଳର ସଦସ୍ୟ ମଧ୍ୟ ରହିଥିଲେ ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟରେ ୟଶଙ୍କ ବିବାହ ଫଟୋ ପ୍ରକାଶ ପାଇଛି । ଫେବୃଆରୀ ୪ ତାରିଖରେ ତାଙ୍କର ବିବାହ ହୋଇଥିଲା। ସେ କଣ୍ଟେନ କ୍ରିଏଟର ଶ୍ବେତା ପୁଣ୍ଡୁରୀଙ୍କୁ ବିବାହ କରିଛନ୍ତି । ନିକଟରେ ଶ୍ବେତା ଏକ ରିଲ୍ସ ୟଶଙ୍କ ସହ ସେୟାର କରିଥିଲେ । ଯେଉଁଥିରୁ ସେମାନଙ୍କ ବିବାହ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଉତ୍ତରପ୍ରଦେଶର ନୋଏଡାରେ ସେମାନଙ୍କ ବିବାହ ଗୁପ୍ତଭାବେ ସମ୍ପାଦନ ହୋଇଥିବା ଖବର ଆସିଛି । ଗତବର୍ଷ ତାଙ୍କ ବିପକ୍ଷରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା । ଏବେ ସେ ବିବାହ କରିଥିବାବେଳେ ଖେଳିବାର ସୁଯୋଗ ମିଳିବ କି ନାହିଁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ଗତ ବର୍ଷ RCB ବିଜୟରେ ବାମହାତୀ ଦ୍ରୁତ ବୋଲର ଯଶ ଦୟାଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତଥାପି, RCB ଟାଇଟଲ ଜିତିବାର କିଛି ଦିନ ପରେ, ଜଣେ ମହିଳା ସୋସିଆଲ ମିଡିଆରେ ଦୟାଲଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଦୟାଲଙ୍କ ସହିତ ପୁରୁଣା ଫଟୋ ଏବଂ ଚାଟ୍ ସେୟାର କରି ସେ ଅଭିଯୋଗ କରିଥିଲେ। ସେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କୁ ଶୋଷଣ କରିଥିଲେ। ଏହା ପରେ, ଉତ୍ତର ପ୍ରଦେଶ କ୍ରିକେଟରଙ୍କ ବିରୁଦ୍ଧରେ ଏକ ମାମଲା ଦାୟର କରାଯାଇଥିଲା। ତଥାପି, ପରବର୍ତ୍ତୀ ସମୟରେ ଆହ୍ଲାବାଦ ହାଇକୋର୍ଟ ଦୟାଲଙ୍କ ଗିରଫଦାରୀ ଉପରେ ରୋକ ଲଗାଇଥିଲେ । ଏହାର କିଛିଦିନ ପରେ ଜଣେ ନାବାଳିକା ମଧ୍ୟ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏନେଇ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା ।

ଏହାସହ ପଢ଼ନ୍ତୁ : ଟି-୨୦ରେ ପାକିସ୍ତାନକୁ କରିଥିଲେ ନମ୍ବର ଓ୍ବାନ୍, ଏବେ ଅନ୍ତର୍ଜାତୀୟ କ୍ରିକେଟକୁ କହିଲେ ବାଏ ବାଏ