ନୂଆଦିଲ୍ଲୀ : ପ୍ରୟାଗରାଜ କୁମ୍ଭମେଳା ସମୟରେ ବେଶ ଚର୍ଚ୍ଚାରେ ଆଇଆଇଟିଆନ୍ ବାବା ଅଭୟ ସିଂହ । ନିକଟରେ ବାବା ବିବାହ କରିଥିବାବେଳେ ପତ୍ନୀ ପ୍ରତୀକାଙ୍କ ସହ ହୋମଟାଉନ୍ ଝାଞ୍ଜର ଗସ୍ତରେ ଅଛନ୍ତି । ଯେଉଁଠାରେ ତାଙ୍କୁ ସ୍ବାଗତ କରିବା ପାଇଁ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।
ଅଭୟ ସିଂହ ତାଙ୍କ ପତ୍ନୀଙ୍କ ସହ ବ୍ୟାଙ୍କ ଆକାଉଣ୍ଟ KYC କରିବା ପାଇଁ ଏଠାକୁ ଆସିଥିବା ଜଣାପଡ଼ିଛି । ତହସିଲ୍ କମ୍ପେକ୍ସରେ ଥିବା ଓକିଲ କରଣ ସିଂହଙ୍କ ଚାମ୍ବରରେ ସମୟ ବିତାଇଥିଲେ ଏବଂ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଥିଲେ । ତେବେ ଏଠାରେ ସେ ଚା’ ମଧ୍ୟ ପିଇଥିଲେ । ଏଠାରେ ତାଙ୍କ ସହ ସେଲଫି ନେବା ପାଇଁ ଲୋକଙ୍କ ଭିଡ଼ ଜମିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।
ସେପଟେ ଏହି ଅବସରରେ ଅୟ ସିଂହ କହିଥିଲେ କି, ତାଙ୍କ ପତ୍ନୀ ପ୍ରତୀକା ମଧ୍ୟ ତାଙ୍କ ଭଳି ସମାନ କାମ କରୁଛନ୍ତି । ଯେତେବେଳେ ତାଙ୍କ ବାପାଙ୍କ ସହ ଭେଟିବା ସମ୍ପର୍କରେ ପଚରା ଯାଇଥିଲା ସେ କହିଥିଲେ କି, ନିଶ୍ଚିତ ଭାବେ ଭେଟିବି । ବେଳେବେଳେ ବଡ଼ ପରିବାରର ଦାୟିତ୍ବ ପାଇଁ ଛୋଟ ପରିବାରଠାରୁ ଦୂରେଇ ରହିବାକୁ ପଡ଼େ । ଏହାସହ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ କହିଥିଲେ କି, ଶ୍ରୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ କାର୍ଯ୍ୟ ଚାଲିଛି । ଏହି ବିଶ୍ବ ବିଦ୍ୟାଳୟରେ ଶୈକ୍ଷିକ ଏବଂ ଆଧ୍ୟତ୍ମିକ ଜ୍ଞାନ ଉଭୟ ପ୍ରଦାନ କରାଯିବ ।
ଏହାସହ ପଢ଼ନ୍ତୁ : ୨୫ ବର୍ଷ ପରେ ଘରକୁ ଫେରିଲେ, ସ୍ବାମୀ ମୃତ ଭାବି ଦିଅରଙ୍କ ସହ ସରିଛି ବିବାହ