ନୂଆଦିଲ୍ଲୀ : ୨୫ ବର୍ଷ ପୂର୍ବେ ହୋଇଥିଲେ ନିଖୋଜ । ପରିବାର ଲୋକେ ଭାବିଥିଲେ ସେ ବୋଧହୁଏ ଆଉ ଏ ଜୀବନରେ ନାହାଁନ୍ତି । ସାନ ଭାଇଙ୍କ ସହ ତାଙ୍କ ସ୍ତ୍ରୀଙ୍କ ପୁଣିଥରେ ହୋଇଥିଲା ବାହାଘର । କିନ୍ତୁ ହଠାତ୍ ୨୫ ବର୍ଷ ପରେ ଘରକୁ ଫେରିଲେ ବ୍ୟକ୍ତି । ପରିବାର ପାଇଁ ଯେତିକି ଖୁସି ଖବର ସେତିକି ଚିନ୍ତାର ବିଷୟ ପାଲଟିଛି । ସ୍ତ୍ରୀକୁ ଏବେ ନିଜର କରିବେ ନାଁ ଭାଇବୋହୂ ବୋଲି ମାନିବେ । ଏମିତି ଏକ ଘଟଣା ପଞ୍ଜାବରୁ ଆସିଥିବାବେଳେ ଚର୍ଚ୍ଚାର ବିଷୟ ପାଲଟିଛି ।
ରିପୋର୍ଟ ଅନୁସାରେ, ପଞ୍ଜାବର କପୁରଥଲ୍ଲା ଅଞ୍ଚଳର ହଂସା ସିଂହ ନାମକ ଜଣେ ବ୍ୟକ୍ତି ୨୫ ବର୍ଷ ତଳେ ନିଖୋଜ ହୋଇଥିଲେ । ପରିବାର ଲୋକେ ତାଙ୍କ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇନଥିଲେ । ପରିବାର ଲୋକେ ତାଙ୍କର ମୃତ ହୋଇଥିବା ଭାବିଥିଲେ । ଏହାପରେ ଭାଇ ସୁଖା ସିଂହଙ୍କ ସହ ବିମଳା ଦେବୀଙ୍କ ପୁନଃ ବିବାହ କରିଥିଲେ । ନିଖୋଜ ହେବାର ୩ ବର୍ଷ ପରେ ଏହି ବିବାହ ହୋଇଥିବାବେଳେ ସୁଖାଙ୍କ ସହ ୨୨ ବର୍ଷର ବୈବାହିକ ଜୀବନ ବିତାଇ ସାରିଲେଣି ବିମଳା । ହେଲେ ଏବେ ସ୍ବାମୀ ଫେରିଛନ୍ତି । ସେ କେଉଁ ସମ୍ପର୍କରେ ରହିବେ ଏହାକୁ ନେଇ ଏକ ଚର୍ଚ୍ଚା ମଧ୍ୟ ଦେଖିବାକୁ ମିଳିଛି ।
କେମିତି ଘରକୁ ଫେରିଲେ ହଂସା ?
ଉତ୍ତରପ୍ରଦେଶର ନୟା ବଜାର ଅଞ୍ଚଳରେ ଲମ୍ବା ଦାଢ଼ୀ ଏବଂ ଚିରା ପୋଷାକ ପିନ୍ଧି ବୁଲୁଥିଲେ । ସମସ୍ତେ ଭାବିଥିଲେ କି, ସେ ଜଣେ ମାନସିକ ବିକାରଗ୍ରସ୍ତ । ସେ ଅଳ୍ପ ଅଳ୍ପ ହିହୀ କହୁଥିବାବେଳେ ପଞ୍ଚାବୀ କହୁଥିଲେ । ପୁଲିସ ନିକଟରେ ଖବର ପହଞ୍ଚିଥିବାବେଳେ ଗୁରୁତର ନେଇଥିଲା । ପଞ୍ଜାବୀ ଜାଣିଥିବା ଲୋକଙ୍କ ସହ ତାଙ୍କର କଥା କରାଇଥିବାବେଳେ ତାଙ୍କର ଘର ଠିକଣା ଦେଇଥିଲେ । ପଞ୍ଜାବ ପୁଲିସ ସହାୟତାରେ ଉତ୍ତରପ୍ରଦେଶରୁ ଘରେ ପହଞ୍ଚିଥିଲେ ।
ପ୍ରଥମେ ତାଙ୍କ କେହି ବିଶ୍ବାସ କରିନଥିଲେ । ସେ ବହୁତ ବଦଳି ଯାଇଥିବା ଦେଖାଯାଇଥିଲେ । ମାତ୍ର ଯେତେବେଳେ ପିଲାଦିନର ସ୍ମୃତି ସମ୍ପର୍କରେ କହିଥିଲେ ସମସ୍ତେ ଭାବପ୍ରବଣ ହୋଇଥିଲେ । ଆଉ ଚିହ୍ନି ପାରିଥିଲେ । ଏବେ ପରିବାର ପାଇଁ ଯେତିକି ଖୁସିର ବିଷୟ ସେତିକି ଚିନ୍ତାର ବିଷୟ ପାଲଟିଛି । ସୁଖା ଏବଂ ବିମଳାଙ୍କ ତିନି ଛୁଆ ରହିଛନ୍ତି ଏହାସହ ୨୨ ବର୍ଷ ସମୟ କାଟିଛନ୍ତି । ଏବେ ହଂସା ଫେରିଥିବାବେଳେ ସେ କେଉଁ ପରିଚୟରେ ରହିବେ ଏହାକୁ ନେଇ ମଧ୍ୟ ବିଚାର କରାଯାଇଛି । ସବୁଠାରୁ ଖୁସିର ବିଷୟ ଥିଲା ତାଙ୍କ ମାଆଙ୍କର ବୃଦ୍ଧା ମାଆ ଯେତେବେଳେ ପୁଅକୁ ଦେଖିଥିଲେ ସେ ଅଧିକ ଭାବପ୍ରବଣ ହୋଇ ପଡ଼ିଥିଲେ । ଆଉ ପୁଅକୁ ପାଖରେ ପାଇ ବେଶ ଖୁସି ହୋଇଛନ୍ତି ।
ଏହାସହ ପଢ଼ନ୍ତୁ : ହନିମୁନ୍ ରାତିରେ ସ୍ବାମୀଙ୍କୁ ହେଇଗଲା ଜ୍ବର, ମଜାରେ ମଜାରେ ଏମିତି କହିଲେ ଶୃତିକା