ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ପୁରୀ ଆରଟିଓ ଅଫିସ ସମ୍ମୁଖରେ ଦୁର୍ଘଟଣା, ନାବାଳକଙ୍କୁ ଚାପି ଦେଲା ବୋଲେରୋ

Published By : Harapriya Sethi | April 25, 2025 1:04 PM

ଭୁବନେଶ୍ୱର, ୨୫/୦୪: ଅଧୁରା ରହିଗଲା ଜଗା ଦର୍ଶନ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିବା ବେଳେ ନାବାଳକ ଉପରେ ଚଢିଗଲା ବୋଲେରୋ । ଚାଲିଗଲା ୮ ବର୍ଷର ନାବାଳକର ଜୀବନ । ମୃତ ନାବାଳକ ବେଗୁନିଆ ଅଞ୍ଚଳର ଆଶୁ ଦାସ ବୋଲି ଜଣାପଡ଼ିଛି । ପୁରୀ ଆରଟିଓ ଅଫିସ ସମ୍ମୁଖରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ସୂଚନା ମୁତାବକ, ବେଗୁନିଆ ଅଞ୍ଚଳର ଆଶୁ ଦାସ ତାଙ୍କ ପରିବାର ସହ ପୁରୀ ବୁଲିବାକୁ ଯାଇଥିଲେ । ଜଗା ଦର୍ଶନ ପାଇଁ ଯାଉଥିବା ବେଳେ ପୁରୀ ଆରଟିଓ ଅଫିସ ସମ୍ମୁଖରେ ଏକ ବୋଲେରୋ ଦ୍ରୁତ ଗତିରେ ଆସି ନାବାଳକଙ୍କ ଉପରେ ଚଢିଯାଇଥିଲା । ଫଳରେ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡ଼ି ଯନ୍ତ୍ରଣାରେ ଚିତ୍କାର କରିଥିଲା ଆଶୁ । ପାଟି ଶୁଣି ପରିବାର ଲୋକେ ଦୌଡ଼ି ଆସି ତୁରନ୍ତ ତାଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.